ବିଭିନ୍ନ ଭତ୍ତା ଦାବିରେ ବ୍ଲକ ଘେରାଓ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ମୁରୀବାହଲ (ଭଗବାନ ମହାନ୍ତି / ନିମାଇଁ ): ବଲାଙ୍ଗୀର ଜିଲ୍ଲା ମୁରୀବାହଲ ବ୍ଲକ ବିକାଶ ମଞ୍ଚ ପକ୍ଷରୁ ମଙ୍ଗଳବାରଦିନ ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ, ଅବିବାହିତ ତଥା ସ୍ୱାମୀ ପରିତ୍ୟକ୍ତା ମାନଙ୍କୁ ୧୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ ଉଦ୍ଦେଶ୍ୟରେ ବ୍ଲକ ଘେରାଓ କରାଯିବ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା |

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିକାଶ ମଞ୍ଚ ସହଯୋଗରେ ମୁରୀବାହଲ ବ୍ଲକ ବିକାଶ ମଞ୍ଚ ର ଆବାହକ ଫାଲ୍ଗୁନୀ ହାତୀଙ୍କ ଆହ୍ୱାନ କ୍ରମେ ମୁରୀବାହଲ ଫରେଷ୍ଟ ବଙ୍ଗଳାରୁ ବ୍ଲକ ପର୍ଯ୍ୟନ୍ତ ଏକ ବିରାଟ ରାଲି କରାଯାଇଥିଲା | ବ୍ଲକ ସମ୍ମୁଖରେ ୨୨ଗୋଟି ଗ୍ରାମପଂଚାୟତ ବୃଦ୍ଧ,ବୃଦ୍ଧା, ଦିବ୍ୟାଙ୍ଗ ମାନଙ୍କୁ ନେଇ ଏକ ପ୍ରତିବାଦ ସଭାରେ ବିଶିଷ୍ଟ ସମାଜସେବୀ, ସଂଗଠକ ଅଜୟ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃଦ୍ଧା, ବୃଦ୍ଧ ତଥା ଦିବ୍ୟାଙ୍ଗ ମାନଙ୍କୁ ପ୍ରତି ମାସରେ ୩୦୦ଟଙ୍କା ଦେଉଥିବା ବେଳେ ତାକୁ ଯଥାଶୀଘ୍ର ୧୫୦୦ଟଙ୍କା ପ୍ରଦାନ କରାଯିବ, ତଥା ପ୍ରତିବର୍ଷ ସରକାରୀ କର୍ମଚାରୀ, ବିଧାୟକ,ସାଂସଦ ମାନଙ୍କ ଭତ୍ତା ବୃଦ୍ଧି କରାଯାଇଥିବା ବେଳେ ନିରୀହ ବୃଦ୍ଧ କିମ୍ବା ଦିବ୍ୟାଙ୍ଗ ମାନଙ୍କ ଭତ୍ତା କେଉଁ ଆଧାରରେ ବୃଦ୍ଧି କରାଯାଉନାହିଁ ବୋଲି ମତବ୍ୟକ୍ତ କରିଥିଲେ | ଦିବ୍ୟାଙ୍ଗ ମାନଙ୍କୁ ଚିହ୍ନଟ କରାଯିବ ପାଇଁ ପ୍ରତି ମାସରେ ବ୍ଲକ ରେ ଚିହ୍ନଟ କରାଯାଇ ଚୟନ କରାଯାଉ ବୋଲି ସଭାରେ ଦର୍ଶାଇଥିଲେ | ଏହି ସମସ୍ୟା ଗୁଡିକୁ ଯଥାଶୀଘ୍ର ପୁରାଣ କର ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ପାଇଁ ଚେତାବନୀ ଦେଇଥିଲେ |

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିକାଶ ମଞ୍ଚର ଆବାହକ ଭୁବନନ୍ଦ ମହାନ୍ତି,ଚିତ୍ରଭାନୁ ବେହେରା, ମୁନା ମହାନ୍ତି, ସହଦେଵ ବନଛୋର, ଦିଲୀପ ଭୋଇ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ମନମୁଖୀ କାର୍ଯ୍ୟ ଓ ଗ୍ରାମାଞ୍ଚଳରେ ବୃଦ୍ଧ,ବୃଦ୍ଧା, ଦିବ୍ୟାଙ୍ଗ ଓ ସ୍ୱାମୀ ପରିତ୍ୟକ୍ତା ମାନଙ୍କୁ ଦୃଷ୍ଟି ଦେଉ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ | ଏହାପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦୦୦ଜଣଙ୍କର ସ୍ଵାକ୍ଷର ଥିବା ଏକ ଦାବି ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ | ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପସ୍ଥିତ ଥିବାରୁ ମୁଖ୍ୟ କିରାଣୀ ବୀରେନ୍ଦ୍ର ରାଏ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ପ୍ରେରଣା କରାଯିବ ପାଇଁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ କାରୀମାନେ ବିକ୍ଷୋଭ ବନ୍ଦ କରିଥିଲେ | କାର୍ଯ୍ୟକ୍ରମରେ ୨୨ଗୋଟି ପଂଚାୟତ ରୁ ପ୍ରାୟ ୧୦୦୦ ଜଣ ହିତାଧିକାରୀ ମାନେ ଯୋଗ ଦେଇଥିଲେ |

Comments are closed.