ବନ୍ୟାରେ ପୀଡିତଙ୍କୁ ସାହାଯ୍ୟ କରିବାରେ ପାତର ଅନ୍ତର ଅଭିଯୋଗ

କଲ୍ୟାଣ ସିଂହପୁର (ଅକ୍ଷୟ ପୀଡ଼ିସିକା): କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ଗ୍ରା.ପର ନାରାୟଣପୁର ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ଗୋଟିଏ ଘରର କାନ୍ତ ଭୁସୁଡ଼ିଯାଇଥିବା ବେଳେ ଆଉ ଗୋଟିଏ ଘରର କାନ୍ଥ ଫାଟିଯାଇଛି |

ପ୍ରଶାସନ ଆଜି ପର୍ଯ୍ୟନ୍ତ ଗୋଟିଏ ଘରକୁ ସାହାର୍ଯ୍ୟ ଦେଇଛନ୍ତି ବୋଲି କୁହାଯାଉଥୀବା ବେଳେ କାନ୍ଥ ଫାଟିଯାଇଥୀବା ପରିବାରକୁ କୌଣସି ପ୍ରକାର ସାହାଯ୍ୟ କି ଆଶ୍ୱାସନା ମଧ୍ୟ ଦେଇ ନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି | ଏଣୁ ଅତିଶୀଘ୍ର ଉକ୍ତ ପରିବାରକୁ ମଧ୍ୟ ସାହାଯ୍ୟ ଦେବାକୁ ଜନସାଧାରଣରେ ଦାବି ହେଉଛି |

Comments are closed.