Related Contents

ବନ୍ୟା ଜଳରେ ପୁଣି ଧୋଇ ହୋଇଗଲା ଶୁକ ନାଳ ପୋଲ ପାର୍ଶ୍ୱ ରାସ୍ତା – ଲୋକେ ହଇରାଣ

କୋରାପୁଟ (ସୌମ୍ୟ ରଞ୍ଜନ ସାହୁ): ଗତ ୧୫-୧୬ ତାରିଖରେ ଯୋଉ ଭୀଷଣ ବର୍ଷା ହେଇଥିଲା ତାର ପ୍ରଭାବରେ ଗୁପ୍ତେଶ୍ଵରକୁ ସଂଯୋଗ କରୁଥିବା ଶୁକନାଳ ପୋଲର ପାର୍ଶ୍ଵ ରାସ୍ତା ଧୋଇ ହେଇ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହେଇଥିଲା।

ସ୍ଥାନୀୟ ପ୍ରଶାସନ ତଥା କିଛି ସ୍ବେଛାସେବୀଙ୍କ ଦିନରାତି ଉଦ୍ୟମରେ ରାସ୍ତାକୁ ମରାମତି କରାଯାଇଥିଲା । ଗତକାଲି ଅର୍ଥାତ ରବିବାର ସକାଳ ସୁଦ୍ଧା ଯୋଗାଯୋଗକୁ ପୁନଃସ୍ଥାପନ କରାଯାଇଥିଲା। କିନ୍ତୁ ଗତକାଲି ଅର୍ଥାତ ରବିବାର ଦିନତମାମ ବର୍ଷାରେ ପୁଣି ସୁକନାଳ ପୋଲର ପର୍ଶ୍ଵରାସ୍ତା ଧୋଇ ହୋଇ ଗମନାଗମନ ବାଧାପ୍ରାପ୍ତ ହେଇଛି । ଏପରି କ୍ଷଣସ୍ଥାୟୀ ପୋଲରେ ସାଧାରଣ ଲୋକେ ଅସନ୍ତୁଷ୍ଟ ଓ ଏହାର ତୁରନ୍ତ ସ୍ଥାୟୀ ସମାଧାନ ଦାବି କରିଛନ୍ତି |

Comments are closed.