Related Contents

ନଦୀ ପାଣିରେ ଭାସିଯାଉଥିବା ୬୦ବର୍ଷୀୟ ବୃଦ୍ଧାଙ୍କୁ ଉଦ୍ଧାର କଲେ ୩ ସାହସୀ ଯୁବକ

ଗାଇସିଲେଟ (ରିଙ୍କୁ ସାହୁ): ଗତ ୧୬ତାରିଖ ଦିନ ଚଆଁରିୟା ଅଙ୍ଗ ନଦୀରେ ଗାଧୋଉଥିବା ସମୟରେ ଜଣେ ବୃଦ୍ଧା(୬୦)ପାଣିରେ ଭାସି ଯାଇଥିଲେ |

ସେ ଭାସି ଭାସି ଚାରି କିଲୋମିଟର ପର୍ଯ୍ୟନ୍ତ ଯିବା ପରେ ଗାଇସିଲେଟ ଥାନା ଅନ୍ତର୍ଗତ ରାଇସଲ ପଦର ଗାଁ ର ତିନି ଜଣ ଯୁବକ ନଦୀ ପଠାରେ କାମ କରୁଥିବା ସମୟରେ ଭାସିଯାଉଥିବା ବୃଦ୍ଧାଙ୍କୁ ହଠାତ ଦେଖିବାକୁ ପାଇଥିଲେ | ତତକ୍ଷଣାତ ସେମାନେ ତିନି ଜଣ ପାଣି ଭିତରକୁ ଯାଇ ବହୁ କଷ୍ଟରେ ଉଦ୍ଧାର କରି କୂଳକୁ ନେଇ ଆସିଥିଲେ | ପରେ ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ଥିବାରୁ ଗାଇସିଲେଟ ଡାକ୍ତରଖାନାରେ ଭର୍ତ୍ତି କରି ଥିଲେ | ସେହି ମହାନ ତିନି ଯୁବକ ଜଣ ହେଲେ ଜଗନ୍ନାଥ କଳସାଏ, ବିଶ୍ଵାମିତ୍ର ସାହୁ ଓ ହେମାନନ୍ଦ ସାହୁ |

Comments are closed.