Related Contents

ବର୍ଷା ଦିନରେ ଅସ୍ଥାୟୀ ପୋଲରେ ପ୍ରାଣହାନି ଘଟିଲେ ଦାୟୀ କିଏ? PWD !!!

ଗୁଣୁପୁର (ପ୍ରଦୀପ ପାତ୍ର): ଗୁଣୁପୁର ବ୍ଲକ ଜଗନ୍ନାଥପୁର ପଂଚାୟତର ଆନ୍ଧ୍ର ଓ ଓଡ଼ିଶାର ସଂଯୋଗ ନାଳରେ ତିଆରି ହେଉଥିବା ପୋଲ କଚ୍ଛପ ଗତିରେ ଚାଲିଛି |

ଏହି ପୋଲ କାମ ୨୦୧୫-୧୬ରୁ ପୀଡ଼ବ୍ଲୁଡ଼ି ଗୁଣୁପୁର ଅଧୀନରେ ଚାଲିଛି କିନ୍ତୁ ପୀଡ଼ବ୍ଲୁଡ଼ି ବିଭାଗର ଅବହେଳା ଓ ଦାୟିତ୍ୱ ହୀନତା ଯୋଗୁଁ ୧୦୦ ଖଣ୍ଡ ଗାଁର ଆଦିବାସୀ ତଥା ଜଗନ୍ନାଥ ପୁର, ଗୋଠଲ ପଦର ଓ ମୋରମ ପଂଚାୟତର ଲୋକମାନେ ଗୁଣୁପୁର ମେଡିକାଲ କିମ୍ବା ତହସିଲ ଅଫିସ କିମ୍ବା ଅନ୍ୟାନ୍ୟ କାମରେ ଏହି ପୋଲ ଦେଇ ଯିବା ଆସିବା କରିଥାନ୍ତି | ପ୍ରକାଶ ଥାଉକି ଯେ ଏହି ପୁରୁଣା ପୋଲ ଦବି ଯିବାରୁ ଅସ୍ଥାୟୀ ପୋଲ ତିଆରି ହୋଇଛି | ପ୍ରତିବର୍ଷ ବର୍ଷା ଋତୁରେ ପାଣି ଆସିଲେ ଏହି ଅସ୍ଥାୟୀ ପୋଲ ଉପରେ ପାଣି ବୋହୁଛି ଓ ଲୋକମାନେ ତଥା ଗର୍ଭବତୀ ମା ମାନେ ମଧ୍ୟ ବାଧ୍ୟ ହୋଇ ଡାକ୍ତରଖାନାକୁ ଆସିଥାନ୍ତି | ଲୋକମାନଙ୍କର ପ୍ରାଣ ହାନି ହେଲେ ଦାୟୀ କିଏ ହେବେ ବୋଲି ଲୋକମାନେ ପ୍ରଶ୍ନ କରିଛନ୍ତି ?

Comments are closed.