ଭାରସ୍ୟାମ ହରାଇ ସଡକ ଦୁର୍ଘଟଣାରେ ଜଣେ ମୃତ

ଖଜୁରୀପଡା(ଅଶୋକ ମାଝୀ): ଗତକାଲି ସକାଳେ ଖଜୁରୀପଡା ବ୍ଲକ ଅନ୍ତର୍ଗତ ଦୁତୀପଡ଼ା ଗ୍ରାମ ନିକଟରେ ଗୋଟିଏ କାର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି |

ଦୁତୀପଡ଼ା ନିକଟବର୍ତ୍ତୀ ଏକ ବୁଲାଣି ରାସ୍ତା ଅତିକ୍ରମ କଲାବେଳେ ଡ୍ରାଇଭର ଭାରସାମ୍ୟ ହରାଇ ଦେଇଥିଲେ ଏବଂ ଗାଡିଟି ରାସ୍ତା ତଳକୁ ଓଲଟି ପଡିଥିଲା | ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଂ କରିଛନ୍ତି, ଅନ୍ୟ ସବୁ ଯାତ୍ରୀଙ୍କୁ ଫୁଲବାଣୀ ମୁଖ୍ୟ ଡାକ୍ତର ଖାନାକୁ ପ୍ରାଥମିକ ଚିକିତ୍ସା ପାଇଁ ନିଆଯାଇଛି | ସଂଗେ ସଂଗେ ଖଜୁରୀପଡା ଢାନାଧିକାରୀ ପହଂଚି ଘଟଣାରେ ଆହତଙ୍କୁ ମେଡିକାଲକୁ ପଠାଇବାରେ ସହାୟକ ହୋଇଥିଲେ |

Comments are closed.