ଜଳବନ୍ଦୀରେ ବେହାଲ ତିନି ଶହରୁ ଉର୍ଦ୍ଦ୍ୱ ଜନସାଧାରଣ

କୋଷଗୁମୁଡା (ସଂଯୁକ୍ତା ରାଉତରାୟ): ନବରଙ୍ଗପୁର କୋଷଗୁମୁଡା ବ୍ଲକରେ ଲଗାନା ବର୍ଷକୁ ଦେଖି ଓ ଇନ୍ଦ୍ରାବତୀ ଜଳଭଣ୍ଡାରର ତିନୋଟି ଗେଟ ଖୋଲାଯାଇଥିବାରୁ କୋଷଗୁମୁଡା ବ୍ଲକର ତଳି ଅଂଚଳ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ଡ଼.ଅଜିତ କୁମାର ମିଶ୍ରଙ୍କ ନିର୍ଦେଶ କ୍ରମେ କୋଷଗୁମୁଡା ବ୍ଲକର ଚିରମା, ଉକିଆ ପାଳି, ବିଂଜିଲି ପଂଚାୟତର ୩୦୦ ରୁ ଉର୍ଦ୍ଧ ଲୋକମାନଙ୍କୁ ଆଶ୍ରୟ ସ୍ଥଳକୁ ଅଣାଯାଇଥିଲା |

ବର୍ତ୍ତମାନ ଚିରମା ପଂଚାୟତର ଆଣ୍ଡିବାଗଦାରୀ, ପଡ଼େଇଗୁଡ଼ା, ଡୁଗୁଳାହାଣ୍ଡି, ଯଗିନୀ ଗୁଡା ଓ ଭାଟଗୁଡା ଗ୍ରାମର ଲୋକମାନଙ୍କୁ ଚିରମା ପ୍ରାଥମିକ ବିଦ୍ୟାଳରେ ୧୦୫ଜଣକୁ ରଖାଯାଇଥିଲା | ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଦିଆଯାଇଥିଲା | ସେହିଭାଶଳୀ ବିଂଜିଲି ପଂଚାୟତର ଘଟବାସୁଳି, ଆଳୁପଦର, ଲେଞ୍ଜିଆ ଗୁଡା, ଉକିଆପଲ୍ଲୀ ପଂଚାୟତ ର ଲୋକଙ୍କୁ ବିଂଜିଲି ସ୍କୁଲ୍ରେ ରଖାଯାଇଛି | ସମସ୍ତ ଗ୍ରାମ ଜଳବନ୍ଦୀ ହୋଇ ରହିଥବୀରେରୁ ବୋଟ ଯୋଗେ ଓ ଦେଶୀ ଡଙ୍ଗା, ଟ୍ରାକ୍ଟର, ପିକ ଅପ ଯୋଗେ ଆଶ୍ରୟ ସ୍ଥଳରେ ପହଞ୍ଚାଇବାକୁ ପ୍ରଶାସନ କୁ ନାକେଦମ ହେବାକୁ ପଡିଥିଲା | ଖବର ଲେଖାଯିବା ବେଳକୁ କିଛି ଲୋକ ଲୁଚି କରି ନିଜ ଗ୍ରାମକୁ ପଳାଇଯାଇଛନ୍ତି | ଅଧିକାଂଶ ଗ୍ରାମକୁ ସ୍ଥଳପଥରେ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଯାଇଥିବାର ତହସିଲଦାର ପୂର୍ଣ୍ଣଚନ୍ଦ୍ର ଜେନା ସୂଚନା ଦେଇଛନ୍ତି | ରଜୋଡା ଗ୍ରାମର କାନ୍ଥ ପଡି ଜଣକର ମୃତ୍ୟୁ ହୋଇଥିବାର ଶ୍ରୀ ଜେନା ସୂଚନା ଦେଇଛନ୍ତି | ଧାନ ଜୀବନ କ୍ଷୟକ୍ଷତିର ଆକଳନ ପାଣି କମିଲା ପରେ କରାଯିବ ବୋଲି ସେ କହିଛନ୍ତି | ରାତି ୧୨ଟା ପର୍ଯ୍ୟନ୍ତ ଲୋକମାନଙ୍କୁ ଆଶ୍ରୟ ସ୍ଥଳକୁ ଅଣାଯାଉଥିଲା ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି | ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ , ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ଅତିରିକ୍ତ ତହସିଲଦାର ଓ ପୋଲିସ ପ୍ରଶାସନ ଆସିଥିବା ଏନଡିଆରଏଫ ଟିମ ଓ ସ୍ଥାନୀୟ ସମାଜ ସେବି ମାନେ ସହଯୋଗ କରିଥିଲେ |

Comments are closed.