Related Contents

ଦୁଇଦିନ ଧରି ଲଗାଣ ବର୍ଷାରେ ଭାଙ୍ଗିଲା ଘର

ଧର୍ମଗଡ଼ (ଯୁବରାଜ ଅଗ୍ରୱାଲ): କୋକସରା ବ୍ଲକ ଅନ୍ତର୍ଗତ ସର୍ଗିଡ଼ୁଡା ଗ୍ରାମ ଥଭିରାହସିଂ ରାଜପୁତ ନାମ ଲୋକଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗି ବହୁ କ୍ଷତି ହୋଇଛି l

ଫଳରେ ସେ ବହୁତ ଦୁଃଖିତ ମନେ କରୁଛନ୍ତି ତାଙ୍କ ତିନି ପରିବାର ଏକାଠି ରହୁଥିଲେ ସେହି ଘରେ l ଘର ସମ୍ପୂର୍ଣ ଭାଙ୍ଗିଯିବାରୁ ବହୁ ହଇରାଣ ହେବାକୁ ପଡୁଛି ଆଉ ଘର ନ ଥିବାରୁ ପାଖ ପଡୋଶୀ ଘରେ ଆଶ୍ରୟ ନେବାକୁ ପଡୁଛି l ଏହା ବ୍ୟତୀତ ଘରେ ପାଳିଥିବା ଗାଈ ଗୋରୁ ମାନଙ୍କୁ ମଧ୍ୟ ଅନ୍ୟତ୍ର କରିଛନ୍ତି l ପରେ ଗାଁ ୱାର୍ଡ ମେମ୍ବରଙ୍କ ସାହାଯ୍ୟରେ କୁସୁମଖୁଣ୍ଟି ତହସିଲଦାର ପାଖକୁ ସେ ନିଜେ ଯାଇ ଫୋଟୋ ଏବଂ ଦରଖାସ୍ତ ଦେଇଛନ୍ତି l ତସିଲଦାର ପ୍ରତିଶୃତି ଦେଇଛନ୍ତି ସେ ଲୋକଙ୍କ ଗାଁକୁ ଯାଇ ଅନୁଧ୍ୟାନ କରି ସହାୟତା କରିବେ ବୋଲି l ହେଲେ ଦେଖାଯାଉ କେଵେ ଥବିର ସିଙ୍ଗ ରାଜପୁତଙ୍କର ଦୁଃଖ ଶୀଘ୍ର ଦୂର ହେବ ବୋଳି ତାଙ୍କ ପରିବାର ଲୋକଙ୍କ ଆଶା l

Comments are closed.