Friday, March 29, 2024

Top 5 This Week

Related Posts

ପୁଣି ଅଧାରେ ଅଟକିଲା ନନ୍ଦନକାନନ ର ଟୟ ଟ୍ରେନ୍ : ଟ୍ରେନର କାର୍ଯ୍ୟକାରିତାକୁ ନେଇ ବଢୁଛି ସନ୍ଦେହ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୮/୧୧) : ପୁଣି ଅଧାରେ ଅଟକିଲା ନନ୍ଦନକାନନ ର ଟୟ ଟ୍ରେନ୍ । ଆଜି ଚାଲୁଥିବା ବେଳେ ଜଙ୍ଗଲ ଭିତରେ ଅଚଳ ହୋଇପଡ଼ିଥିଲା । ଫଳରେ ସେଥିରେ ଥିବା ୨୨ ଜଣ ପର୍ଯ୍ୟଟକ ହଟହଟା ହୋଇଥିଲେ । ଯାହା ପରେ ସମସ୍ତ ପର୍ଯ୍ୟଟକଙ୍କୁ ବ୍ୟାଟେରୀ ଚାଳିକ ଗାଡ଼ିରେ ଉଦ୍ଧାର କରାଯାଇଛି ।

ପାଖାପାଖି ମାସେ ଧରି ବନ୍ଦ ରହିଥିବା ଟୟ ଟ୍ରେନ୍ ସଜଡ଼ା ଯିବା ପରେ ମଙ୍ଗଳବାର ଠାରୁ ପୁଣି ଥରେ ଆରମ୍ଭ ହୋଇଥିଲା । ଏହି ଟୟ ଟ୍ରେନ୍ ଦୈନିକ ୬ ଥର ଚାଲିବା ପାଇଁ କର୍ତ୍ତୃପକ୍ଷ ବ୍ୟବସ୍ଥା କରିଥିଲେ । କିନ୍ତୁ ଆଜି ଶେଷ ଟ୍ରିପ୍ ବେଳେ ଯାନ୍ତ୍ରିକ ତ୍ରୁଟି ପାଇଁ ପୁଣି ଅଧାରେ ପୁଣି ଅଧାରେ ଅଟକିଲା ଟୟ ଟ୍ରେନ୍ । ଏପରି ସ୍ଥଳେ ଟୟ ଟ୍ରେନର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି ।

ଥରେ ଟ୍ରେନରେ ନିଆଁ ଲାଗିଯାଇଥିବା ବେଳେ ଆଜି ପୁଣି ଇଞ୍ଜିନ ଖରାପ ହୋଇଯାଇଛି । ଗତ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଟୟ ଟ୍ରେନ୍ର ଶୁଭାରମ୍ଭ ହୋଇଥିଲା । ତେବେ ୧୫ ତାରିଖରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଟୟ ଟ୍ରେନ୍ ଗଡ଼ୁଥିବା ବେଳେ ଅଘଟଣ ଘଟିଥିଲା । ଇଞ୍ଜିନରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଅଚଳ ହୋଇଗଲା ଟ୍ରେନ । ତେବେ ସୌଭାଗ୍ୟ ବଶତଃ ଟ୍ରେନ ଚାଳକ ବ୍ରେକ ମାରିବା ପରେ ଯାତ୍ରୀମାନେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ । ଯେଉଁ କାରଣରୁ ଏହି ବଡ଼ ଅଘଟଣରୁ ୬୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ ।

Popular Articles