ଲଗାଣ ବର୍ଷାରେ ଭୁଶୁଡ଼ିଲା ଘର,ମରଣ ମୁହଁରୁ ଅଳ୍ପକେ ବର୍ତିଲେ ଅସହାୟ ବିଧବା ଓ ତାଙ୍କ ପୁଅ

ଗୋଳାମୁଣ୍ଡା (ଚିତ୍ତରଞ୍ଜନ ବାଗ): କଲlହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅଧିନ ଧାମନ ପୁର ଗ୍ରାମରେ ଥିବା ଏକ ଅସହାୟ ବିଦ୍ଧବାଙ୍କ ଘର ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ ଅଚାନକ ଭାଙ୍ଗି ଯିବାରୁ ଅଳ୍ପକେ ମରଣ ମୁହଁରୁ ବର୍ତି ଛନ୍ତି ମା ଓ ତାଙ୍କ ପୁଅ।

ସୂଚନାନୁଯାୟୀ ରାମବତୀ ଧରୁଆ ଓ ତାଙ୍କ ପୁଅ ପ୍ରମେ ଧରୁଆ ଦୁହେଁ ପ୍ରବଲ ବର୍ଷା ଯୋଗୁଁ ଘରେ ରହିଥିବା ବେଳେ ଅଚାନକ ଘର ଭୁଶୁଡି ପଡିଥିଲା । ହେଲେ ସ୍ଥାନୀୟ ବିଜେପି ଯୁବ ମୋର୍ଚାର 3 ସଦସ୍ୟ ସେମାନଙ୍କୁ ଉଦ୍ଧାର କରି ତାଙ୍କୁ ଏକ କ୍ଲବ ଗୃହରେ ନେଇ ଦୁହିଁଙ୍କୁ ରହିବାର ବ୍ୟବସ୍ଥା କରାଯାଇଛି। ବିଧବା ଜଣକ ଅତି ଗରିବ ହୋଇଥିବା ବେଳେ ତାଙ୍କ ସ୍ୱାମୀକୁ ଗତ 6ବର୍ଷ ତଳେ ହରାଇ ସେ ମାନସିକ ଦୁର୍ବଳ ଅବସ୍ଥାରେ ଥିବା ଜଣାପଡିଛି। ନିଜ ପେଟ ପାଟଣା ପାଇଁ ଲୋକଙ୍କ ଘରେ ମୂଳ ନଲାଗିଲେ ଘରେ ଚୁଲି ଜଳେ ନାହିଁ। ଏଭଳି ପରିସ୍ଥିତିରେ ଘର ଖଣ୍ଡେ ନିଜେ ତିଆରି କରିବାର ସାମର୍ଥ୍ୟ ନଥିବା ଯୋଗୁ ଏକ ଭଙ୍ଗl ଦଦରା ପୁରୁଣା ଘରେ ରହି ଆସୁଥିଲେ । ହେଲେ ବର୍ଷାରେ ଘର ଭାଙ୍ଗିଯିବା ପରେ କଣ କରିବେ ସେ ନେଇ ସେ ଚିନ୍ତିତ ଥିବା ଦେଖିବାକୁ ମିଳିଛି। ସରକାର ଗରିବ ଖଟିଖିଆ ଦିନମଜୁରିଆ ଅସହାୟ ବିଦ୍ଧବା ଗୃହହୀନ ମାନଙ୍କ ପାଇଁ କୋଟି ସରକାରୀ ଅର୍ଥ ବ୍ୟୟରେ ବିଭିନ୍ନ ଆବାସ ଯୋଜନା ମାନ ପ୍ରସ୍ତୁତ କରିଛନ୍ତି। ହେଲେ ବିଧବା ଜଣକ ଅନେକ ଥର ରାଜନେତା ଓ ସରକାରୀ ବାବୁ ମାନଙ୍କୁ ଘର ଖଣ୍ଡେ ଦେବା ପାଇଁ ଜଣାଇ ଆସିଥିଲେ ମଧ୍ୟ କେହି ବି ତାଙ୍କର ଦୁଃଖ ବୁଝି ନାହାନ୍ତି। ଏଣୁ ପ୍ରଶାସନ ତୁରନ୍ତ ତାଙ୍କ ରହିବା ପାଇଁ ଏକ ଆବାସ ଯୋଗାଇ ଦେଲେ ଖୁସିରେ ରୁହନ୍ତେ ବୋଲି କହିଛନ୍ତି। ହେଲେ ଦେଖିବାକୁ ବାକି ରହିଲା ଏ ଅଭାଗିନୀର ଦୁଃଖ ପ୍ରଶାସନ ପାଖରେ କେବେ ପହଂହୁଛି ।

Comments are closed.