ରାୟଗଡା ଜିଲ୍ଲାରେ ଅସମ୍ଭାଳ ପରିସ୍ଥିତି: ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୫ଟି ଟ୍ରେନ ବାତିଲ,ଆମ୍ବାଦୋଳା ବ୍ୟାଙ୍କ ଭିତରେ ପଶିଲା ପାଣି

ରାୟଗଡା, ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିସଙ୍କ )ରାୟଗଡା ଜିଲ୍ଲାରେ ବର୍ଷା ପରିସ୍ଥିତି ଅସମ୍ଭାଳ ହୋଇପଡିଛି | ବିଭିନ୍ନ ବ୍ରିଜ, ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଶହ ଶହ ବସ, ଟ୍ରକ ଅଟକ ରହିଛି | ରେଳ ଧାରଣା ଉପରେ ମାଟି ଅତଡ଼ା ଧସି ପଡ଼ିଥିବାରୁ ବିଭିନ୍ନ ଷ୍ଟେସନରେ ଟ୍ରେନ ଗୁଡିକ ଅଟକି ରହିଛି | ଅଧିକାଂଶ ଟ୍ରେନ ବାତିଲ କରି ଦିଆଯାଇଛି | ଫଳରେ ଦକ୍ଷିଣ ଓଡ଼ିଶାରେ ଯୋଗାଯୋଗ ବିଛିନ୍ନ ହୋଇ ପଡିଛି |

ଦୁଇଦିନ ଧରି ଲାଗାଣ ବର୍ଷା ହେବା ଫଳରେ ଆମ୍ବାଦୋଳା ବଂଶଧାରା ବ୍ରିଜ ଉପରେ ୫ଫୁଟ ଉଚରେ ବନ୍ୟାଜଳ ପ୍ରଭାହିତ ହେଉଛି | ଫଳରେ ରାୟଗଡା – ଭବାନିପାଟଣାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ଦୁଇ କଡରେ ଶହ ଶହ, ଟ୍ରକ, ସ୍କୁଲ ବସ, ସରକାରୀ ବସ ଓ ଅନ୍ୟାନ୍ୟ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି | ଫଳରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି | ଯାତାୟତ ସମ୍ପୂର୍ଣ୍ଣ ବ୍ୟାହତ ହୋଇ ପଡିଛି | ବୁଧବାର ମଧ୍ୟାହ୍ନ ସୁଦ୍ଧା ବ୍ରିଜ ଉପରୁ ବନ୍ୟାଜଳ କମି ନଥିବା ସୂଚନା ମିଳିଛି | ଆମ୍ବାଦୋଳା ସହରରେ ମଧ୍ୟ ଦୁଇ ଫୁଟର ବନ୍ୟା ଜଳ ଜମି ରହିଛି | ସ୍ଥାନୀୟ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଭିତରେ ପାଣି ପଶିଯିବା ଯୋଗୁଁ ବ୍ୟାଙ୍କର କାଗଜପତ୍ର ନଷ୍ଟ ହୋଇଯାଇଛି | ସହରର କିଛି ଦୋକାନ ଭିତରେ ପାଣି ପଶି ଯାଇଥିବାରୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଯାଇଛି |

ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ତଥା ଦୁର୍ବଳ ରେଳ ଟ୍ରାକ ଓ ବ୍ରିଜ ଯୋଗୁଁ ରେଳବାଇ ପକ୍ଷରୁ ଟିଟିଲାଗଡ଼- ରାୟଗଡା ଓ ରାୟଗଡା କୋରାପୁଟ ରେଳବାଇ ସେକ୍ସନରୁ ଚଳାଚଳ କରୁଥିବା ୫ଟି ଟ୍ରେନକୁ ବାତିଲ କରି ଦିଆଯାଇଥିବା ବେଳେ 9ଟି ଟ୍ରେନକୁ ଆଂଶିକ ବାତିଲ କରି ଦିଆଯାଇଛି | ସମ୍ପୂର୍ଣ୍ଣ ବାତିଲ ହୋଇଥିବା ଟ୍ରେନ ଗୁଡିକ ହେଲା 58301 ସମ୍ବଲପୁର- କୋରାପୁଟ ପାସେଞ୍ଜର, 58304 ଜୁନାଗଡ଼ ରୋଡ଼ – ଲାଞ୍ଜିଗଡ଼ ରୋଡ଼ ପାସେଞ୍ଜର, 58303 ସମ୍ବଲପୁର- ଜୁନାଗଡ଼ ରୋଡ଼ ପାସେଞ୍ଜର, 58207 ରାୟପୁର-କେସିଙ୍ଗା ପାସେଞ୍ଜର ଓ 18302 ରାୟଗଡା- ସମ୍ବଲପୁର ଏକ୍ସପ୍ରେସ |

ସେହିପରି କୋରାପୁଟ-ସମ୍ବଲପୁର ପାସେଞ୍ଜର, ସମ୍ବଲପୁର-ରାୟଗଡା ଏକ୍ସପ୍ରେସ, ବିଶାଖାପାଟନମ-ରାଇପୁର ପାସେଞ୍ଜର, ରାୟପୁର- ବିଶାଖାପାଟନମ ପାସେଞ୍ଜର, ବିଶାଖାପାଟନମ-ଦୁର୍ଗ ପାସେଞ୍ଜର, ଦୁର୍ଗ-ବିଶାଖାପାଟନମ ପାସେଞ୍ଜର, ହାୱାଡା-ଜଗଦଳପୁର ସମଲେଶ୍ୱରୀ ଏକ୍ସପ୍ରେସ, ଜଗଦଳପୁର – ହାୱାଡା ସମଲେଶ୍ୱରୀ ଏକ୍ସପ୍ରେସ, ଜୁନାଗଡ଼ ରୋଡ଼- ରାୟପୁର ପାସେଞ୍ଜର ଟ୍ରେନକୁ ଆଂଶିକ ବାତିଲ କରାଯାଇ ଦିଗ ପରିବର୍ତ୍ତନ କରାଯାଇଛି |

ବିଶାଖାପାଟଣା ହଜ଼ରତ ନିଜ଼lମୁଦିନ ଏକ୍ସପ୍ରେସ ଆଜି ସକାଳ ୯.୪୦ ନିର୍ଧାରିତ ସମୟରେ ପହଂଚିଥିଲେ ମଧ୍ୟ ଦିନ ତମାମ ରାୟଗଡା ଠାରେ ଅଟକି ରହି ସନ୍ଧ୍ୟା ୬.୨୦ ସମୟରେ ଫେରେ ବିଶାଖାପାଟଣା ଫେରି ବିଜୟୱାଡା ଦେଇ ହଜ଼ରତ ନିଜ଼lମୁଦିନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା | ସେହିପରି ଜଗଦଲପର  ହାବଡା ଏକ୍ସପ୍ରେସ ରାୟଗଡା ରେ ପହଂଚି ରାୟଗଡ଼ାରୁ ପୁଣି ଫେରି ଜଗଦଲପୁ ର ଅଂହୀମୁଖେ ଫେରିଯାଇଥିଲା ଆସନ୍ତାକାଲି ୧୬.୦୮.୨୦୧୮ କୁ ୫୮୫୨୮ ବିଶ୍ୱକପଟନମ ରାଇପୁର ୫୮୫୨୭  ରାଇପୁର ବିଶ୍ୱକପଟନମ ୫୮୩୦୧ ସମ୍ବଲପୁର କୋରାପୁଟ ୫୯୩୦୨ କୋରାପୁଟ ସମ୍ବଲପୁର ଟ୍ରେନ ବାତିଲ କାର୍ଯାହାଇଛି

ନର୍ଲା ଓ ଲାଞ୍ଜିଗଡ଼ର ବିଭିନ୍ନ ବ୍ରିଜ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଆମ୍ବାଦୋଳା ଷ୍ଟେସନରେ ରାଉରକେଲା-କୋରାପୁଟ ଏକ୍ସପ୍ରେସ, ବହିଖାଲ ଷ୍ଟେସନରେ ପୁରୀ- ଅହମଦାବାଦ ସୁପରଫାଷ୍ଟ, ଲାଞ୍ଜିଗଡ଼ ଷ୍ଟେସନରେ ଜଗଦଳପୁର- ରାୟପୁର ଡ଼ିଏମୟୁ ଏବଂ ହଟିଆ- ଯଶବନ୍ତପୁର ସୁପରଫାଷ୍ଟ ଅଟକି ରହିଛି | ବର୍ଷା ଯୋଗୁଁ ଯାତ୍ରୀବାହୀ ଟ୍ରେନ ଗୁଡିକ ପ୍ରଭାବିତ ହୋଇଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି |

Comments are closed.