Related Contents

ପୋଲିସ ଗାଡି ଦୁର୍ଘଟଣା ଗ୍ରସ୍ତ -୨ଜଣ ପୋଲିସ କର୍ମଚାରୀ ଗୁରୁତର

ରାୟଗଡା (ଗୋପୀନାଥ ଗୌଡ଼): ମନ୍ତ୍ରୀଙ୍କୁ ଛାଡି ଆସିବା ସମୟରେ ଏକ ପୋଲିସ ଗାଡି ଗଛରେ ପିଟି ହୋଇ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

ସେମାନଙ୍କ ମଧ୍ୟରୁ ଦୀପକ କୁମାର ପରିଡାଙ୍କୁ ବହୁତ ଆଘାତ ଲାଗିଥିବା କାରଣରୁ ବ୍ରହ୍ମପୁରକୁ ସ୍ଥାନାନ୍ତରଣ କରାଯିବ ବୋଲି ସୂଚନା ମିଳିଛି | ଦୀପକ ପରିଡାଙ୍କ ବୟସ ୩୪ ହୋଇଥିବା ବେଳେ, ଆଦିତ୍ୟ ଚୌଧୁରୀଙ୍କ ବୟସ ୨୫ ବୋଲି ଜଣା ପଡ଼ିଛି | ଏହି ଦୁର୍ଘଟଣାଟି ଶେଷଖାଲ ଥାନା ଅନ୍ତର୍ଗତ ଜିମିଡ଼ିପେଟ ଠାରେ ହୋଇଥିଲା। ଏହି ୨ଜଣ ରାୟଗଡା ଜିଲ୍ଲା ପୋଲିସରେ କାର୍ଯ୍ୟରତ ଅଛନ୍ତି | ୫ ଜଣଙ୍କୁ ଆଘାତ ଲାଗିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି | ତନ୍ମଧ୍ୟରୁ ଦୀପକ କୁମାର ପରିଡାଙ୍କୁ ବ୍ରହ୍ମପୁର ସ୍ଥାନlନ୍ତରଣ କରିବା ପାଇଁ ପୋଲିସ ପକ୍ଷରୁ ସୂଚନା ଯୋଗ୍ୟ ଅଛି |

Comments are closed.