Related Contents

ବନ୍ୟା ଜଳରେ ୧୮ ଜଣ ଲୋକ ଜଳ ବନ୍ଦୀ

କର୍ଲାମୁଣ୍ଡା (ହିରୋଜ୍ କୁମାର ସାହୁ): କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଅନେକ ଜାଗାରେ ବନ୍ୟା ଦେଖିବାକୁ ମିଳିଛି l

ପ୍ରବଳ ବର୍ଷା ରେ N.H -୨୬ ଅସ୍ଥାୟୀ ପୋଲ ଭାଙ୍ଗିଯିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି ଓ ବଲାଙ୍ଗୀର ଭାୟା ଭବାନୀପାଟଣା ଜୟପୁର ରାସ୍ତା ସମ୍ପୂର୍ଣ୍ଣ ଭାବେ ଜାତାୟତ ଠପ୍ ହେଇଛି | କର୍ଲାମୁଣ୍ଡା ବ୍ଲକର ଦେଓଗାଁ ଗ୍ରାମରେ ଉତେଇ ନଦୀ ପାଖରେ ୧୮ ଜଣ ଲୋକ ଫସି ରହିଥିଲେ ଖବର ପାଇ କର୍ଲାମୁଣ୍ଡା ଓ ରାମପୁର ଦମକଳ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ସଙ୍ଗେ ସଙ୍ଗେ ବୋଟ୍ ସାହାର୍ଯ୍ୟରେ ୧୮ ଜଣକୁ ଉଦ୍ଧାର କରାଯାଇଥିଲା l ଏଥିରେ କର୍ଲାମୁଣ୍ଡା ଏ. ସ. ଆଇ ଓ ଦମକଳ ବିଭାଗର ଅଧିକାରୀ, ରିଞ୍ଜ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟା ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିଲେ l

Comments are closed.