Thursday, March 28, 2024

Top 5 This Week

Related Posts

ଶ୍ରୀରାମ ଡିଗ୍ରୀ କଲେଜ ତରଫରୁ ଭୋଟର ସଚେତନତା ରାଲି ଅନୁଷ୍ଠିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୧୭/୧୧) : ଓଡ଼ିଶା ସରକାର ଙ୍କ ନିର୍ବାଚନ କମିଶନ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସ୍ଥାନୀୟ ଶ୍ରୀରାମ ଡିଗ୍ରୀ କଲେଜ ତରଫରୁ ଏକ ବୈଠକ ଓ ରାଲି ର ଆୟୋଜନ ହୋଇଯାଇଛି ।

ଗଜପତି ଉପଜିଲ୍ଲାପାଳ ଶ୍ରୀ ଦିଲୀପ ମହାରଣା ମୁଖ୍ୟ ଅତିଥି ପୌର ନିର୍ବାହୀ ଅଧିକାରୀ ସତ୍ୟ ସମ୍ପର୍ଣ୍ଣ ରାଉତ, ତହସିଲଦାର ଶ୍ରୀ ସିମଞ୍ଚଳ ମହାନ୍ତି ସମ୍ମାନିତ ଅତିଥି ହୋଇଥିବା ବେଳେ ଶ୍ରୀରାମ ଡିଗ୍ରୀ କଲେଜ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ବନପାଲି ସଭାପତି ଭାବେ ଆଜି ର ସଭା ର ଉଦ୍ଦେଶ୍ୟ ସମ୍ବନ୍ଧରେ ବୁଝାଇଥିଲେ ।

ଯେଉଁ ମାନଙ୍କ ବୟସ ୧୮ ପୁରୁଛି ସେମାନେ ଭୋଟର ତାଲିକା ରେ କିଭଳି ନାମ ଯୋଡ଼ ପାରିବେ, ସେ ନେଇ ଏକ ନୂଆ ଆପ ଆସିଛି ସେ ବିଷୟ ରେ ଛାତ୍ର ଛାତ୍ରୀଙ୍କୁ ବୁଝାଇ ଥିଲେ । ଶ୍ରୀ ମହାରଣା ଏବେ ଭୋଟର ତାଲିକା ସଂଶୋଧନ ହୋଇ ନୂଆ ଚିଠା ପ୍ରକାଶ ପାଇବ ଏଣୁ ଯେଉଁ ମାନେ ନୂଆ ଭୋଟର ସେମାନେ ଯଥା ଶୀଘ୍ର ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବାକୁ କହିଥିଲେ ।

ପରେ ସମର ଶିକ୍ଷାର୍ଥୀ ବାହିନୀ ଓ ଛାତ୍ରଛାତ୍ରୀ ମାନଙ୍କ ଏକ ସଚେତନ ରାଲି ଗାଁ ପରିକ୍ରମା କରିଥିଲା । ଶ୍ରୀ ଦେବକାନ୍ତ ମିଶ୍ର ଓ ଅନ୍ୟାନ୍ୟ କଲେଜ କର୍ମଚାରୀ ସହଯୋଗ କରିଥିଲେ ।

Popular Articles