Related Contents

ଦୁଇ ଦିବ୍ୟାଙ୍ଗ ପାଇଁ ସାହାରା ହେଲା ଓଡିଶା ନ୍ୟୁଜ୨୪-ବୈପାରୀଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ଗସ୍ତ

ବୈପାରୀଗୁଡା(ଏନ.ସନ୍ତୋଷ ): ଆଜିର ସମାଜରେ ନିଜେ ଆତ୍ମନିର୍ଭରଶୀଳ ହୋଇ ବଂଚିବା ପାଇଁ ପ୍ରେରଣା ଦେଉଛନ୍ତି ଦୁଇ ଦିବ୍ୟାଙ୍ଗ ଦାଦା ଓ ପୁତୁରା |

ଏମାନେ ଉଭୟ ଭାବେ ଦୀର୍ଘ ଦଶ ବର୍ଷ ହେଲାଣି ଏକ ସାଇକେଲ ମରାମତି ଦୋକାନ କରି ବଂଚୁଛନ୍ତି | ଏମାନେ ହେଲେ କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ପଂଚାୟତର ଗୀର୍ଳିପୁଟ ଗ୍ରାମର ବନସିଂ ଯାନୀ ଓ ଡ଼ାମୁ ଯାନୀ | କିଛିଦିନ ପୂର୍ବେ ଏହି ଦୁଇ ଦିବ୍ୟାଙ୍ଗଙ୍କ ଦୁଃଖଦ କାହାଣୀ ଆମ ଚ୍ୟାନେଲ ରିପୋର୍ଟରଙ୍କ ଦ୍ୱାରା ସମସ୍ତ ବିଷୟ ହସ୍ତଗତ ପରେ ଆମ ୱେବ ଚ୍ୟାନେଲରେ ପ୍ରଥମେ ପ୍ରସାରଣ କରାଯାଇଥିଲା | ଆଜି ବୈପାରୀଗୁଡା ସମତି ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ଦୁଇ ଦିବ୍ୟାଙ୍ଗ ବନସିଂ  ଯାନୀ ଓ ଡାଁମୁ ଜାନୀଙ୍କ ଗ୍ରାମକୁ ଯାଇ ସେମାନଙ୍କୁ ଭେଟିଥିଲେ | ଦାଦା ଓ ପୁତୁରାକୁ ସରକାରୀ ସୁବିଧା ଦିଆଯିବ ବୋଲି ପ୍ରକାଶ କରିଛନ୍ତି | ଘଟଣା ସ୍ଥଳରେ କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରିଛନ୍ତି ଅଧ୍ୟକ୍ଷା | ଏହି ଦୁଇ ଦିବ୍ୟାଙ୍ଗ ଦାଦା ଓ ପୁତୁରାଙ୍କୁ କେବେଳ ମାସିକ ତିନି ଶହ ଟଙ୍କା ଭତ୍ତା ମିଳୁଥିବା ବେଳେ ବଳକା ସରକାରୀ ଯୋଜନାରୁ ବଂଚିତ ଅଛନ୍ତି | ସମିତି ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ କାଣ୍ଡିକି ଆମ ରିପୋର୍ଟରଙ୍କ ପ୍ରୟାସ ଓ ଚ୍ୟାନେଲରେ ପ୍ରସାରଣ ପରେ ଦୁଇ ଅମୁଲ୍ୟ ଦିବ୍ୟାଙ୍ଗଙ୍କୁ ଭେଟି ସାହାଯ୍ୟ କରିପାରିଥିବାରୁ ଆମ ଚ୍ୟାନେଲକୁ ଧନ୍ୟବାଦ ଜଣାଇଛନ୍ତି | ଦେଖାଯାଉ ପରେ ସରକାରଙ୍କ ପଦକ୍ଷେପ କେତେଦୂର କାର୍ଯ୍ୟକାରୀ ହେବ ଏବଂ ଦୁଇ ଦିବ୍ୟାଙ୍ଗ ଦାଦା ଓ ପୁତୁରାଙ୍କ ଦୁଃଖ ଦୂର ହେବ ସମୟ ଆସିଲେ ଜଣାପଡିବ |

Comments are closed.