ବିର୍ସା ମୁଣ୍ଡାଙ୍କ ୧୪୮ ତମ ଜନ୍ମ ଜୟନ୍ତୀ ପାଳନ

0
70
ବିର୍ସା ମୁଣ୍ଡାଙ୍କ ୧୪୮

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୫/୧୧) : ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ରେ କନ୍ଧକୁଳ ସମାଜ ପକ୍ଷରୁ ବିର୍ସା ମୁଣ୍ଡାଙ୍କ ୧୪୮ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ।

ଏଥିରେ ବରିଷ୍ଠ ସମାଜ ସେବୀ ବିନୋଦ ପେଦେଣ୍ଟି, ବୈଦ୍ୟନାଥ କାଡ୍ରାକା ,ପୂର୍ବତନ ବ୍ଳକ ଅଧ୍ୟକ୍ଷ ଜାଗେନ୍ଦ୍ର ୱାଡାକା, ଲଚମ ପତି କାଡ୍ରାକା, ମହିଳା ନେତ୍ରୀ ଲକ୍ଷ୍ମୀ ପ୍ରସ୍କା ବିନାୟକ କୁଲିସିକା ସମେତ କଲ୍ୟାଣସିଂହପୁର ବ୍ଲକର ସମସ୍ତେ କନ୍ଧକୁଳ ସମାଜର କର୍ମକର୍ତ୍ତା କନ୍ଧକୁଳ ସମାଜର ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ରହି ବିର୍ସା ମୁଣ୍ଡାଙ୍କ ସାହସିକତା ଓ କାର୍ଯ୍ୟକ୍ରମ ଲୋକ ସାଂଗଠନିକ ଉପରେ ନିଜ ନିଜର ମତାମତ ପ୍ରକାଶ କରିଥିଲେ ।ଏବଂ କନ୍ଧକୁଳ ସମାଜ ତରଫରୁ ଶ୍ରୀ ରାମ ନଗର କନ୍ଧକୁଳ ପଡ଼ିଆ ଠାରେ ବିର୍ସା ମୁଣ୍ଡାଙ୍କ ଷ୍ଟେଚୁ ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ କନ୍ଧ ସମାଜର ସମାଜ ସେବକ ମାନେ ନିଜସ୍ଵ ଅର୍ଥ ଦାନ କରି କନ୍ଧକୁଳ ସମାଜକୁ ଦୃଢ଼ ମଜଭୁତ କରିବା ପାଇଁ ସମସ୍ତଙ୍କ ମତ ଦେଇଛନ୍ତି ।