ଭାସୁଥିବା ଜଣେ ନାବାଳକ ମୃତଦେହ ଉଦ୍ଧାର

0
47
ଭାସୁଥିବା ଜଣେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୭/୧୦) : ଭାସୁଥିବା ଜଣେ ନାବାଳକ ମୃତଦେହ ଉଦ୍ଧାର । କଟକ ଜିଲ୍ଲାର ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ସ୍ଥିତ ମହାନଦୀରେ ମତ୍ସ୍ୟଜିବି ମାନେ ମାଛ ମାରୁଥିବା ବେଳେ ଏକ ନାବାଳକାର ମୃତଦେହ ଭାସୁଥିବାର ଦେଖିଥିଲେ ।

ସଙ୍ଗେ ସଙ୍ଗେ ମତ୍ସ୍ୟଜିବି ମାନେ ଗୋଡିସାହି ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ଗୋଡ଼ିସାହି ଫାଣ୍ଡି ପୋଲିସ ପହଁଚି ନାବାଳକର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ବାଳକଙ୍କ ର ପରିଚୟ ମିଳି ନ ଥିବାର ସୂଚନା ଦେଇଛନ୍ତି ଫାଣ୍ଡି ଅଧିକାରୀ। ତେବେ ଏହି ନାବାଳକ କୁ କେହି ମାରି ଫିଙ୍ଗି ଦେଇଥିବାର ସନ୍ଦେହ କରାଯାଉଛି ।