କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ : ରବି ଋଣ ବାଧା ପ୍ରାପ୍ତ

0
38
କେନ୍ଦ୍ରୀୟ ସମବାୟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୧୦) : ଅଖିଳ ଭାରତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କର୍ମଚାରୀ ମାନେ ଧର୍ମଘଟ ଚଳାଇଛନ୍ତି ।

ଖବର ନେବାରେ ଜଣା ଯାଇଛିକି, କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କର୍ମଚାରୀ ମାନେ ସେମାନଙ୍କ ବିଭିନ୍ନ ଦାବୀ ନେଇ ଧର୍ମଘଟ ଚଳାଇଥିବାରୁ ଚାଷୀ ମାନେ ରବି ଋଣ ପାଇବାରେ ବ୍ୟାଘାତ ହେଉଛି । ପେ କମିଶନ ଅନୁଯାୟୀ ଦରମା ଓଁ ବକେୟା ପୈଠ ଶହ ଅନ୍ୟାନ୍ୟ ଅନୁସଙ୍ଗିକ ଦାବୀ ପୂରଣ ପାଇଁ ଡାକରା ଦେଇଥିବାରୁ ଗଜପତି ଜିଲ୍ଲାରେ ଥିବା ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ କର୍ମଚାରୀ ମାନେ ଧର୍ମଘଟରେ ସାମିଲ ଥିବାରୁ ରବି ଋଣ ପାଇବାରେ ଚାଷୀ ମାନେ ସମସ୍ୟାର ସମ୍ମୁଖୀନ ହୋଇଥିବା ଜଣାପଡିଛି ।