Thursday, March 28, 2024

Top 5 This Week

Related Posts

ପ୍ରଶ୍ନପତ୍ର ଅଭାବରୁ ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚିତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୪/୧୦) : ସୁବର୍ଣ୍ଣପୁର ଜିଲ୍ଲାରେ ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ର SA -1 ପରୀକ୍ଷା ଶେଷ ହୋଇଛି l

ଏଥିରେ କେତେକ ବିଦ୍ୟାଳୟ ରେ ପ୍ରଶ୍ନପତ୍ର ଅଭାବରୁ ଛାତ୍ରଛାତ୍ରୀ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଜଣାପଡିଛି l ସୋନପୁର ବ୍ଲକ ହରଡ଼ଖୋଲ କ୍ଲଷ୍ଟର ଅନ୍ତର୍ଗତ ଲକର୍ମା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି l ତେବେ SA -1 ପରୀକ୍ଷା ନେଇ ସମସ୍ତ ପ୍ରସ୍ତୁତି କରିବାକୁ ଗତ ସେପ୍ଟେମ୍ବର 30 ତାରିଖ ରେ OSEPA ପକ୍ଷରୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ହୋଇଥିଲା l ଗାଇଡଲାଇନ ଅନୁସାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କ ସହଯୋଗରେ CRCC ଙ୍କ ତତ୍ତ୍ଵlବଧାନରେ ପ୍ରଶ୍ନ ପତ୍ର ପ୍ରସ୍ତୁତି କରିବେ l BEO, ABEO, BRCC ,CRCC, DIET ପ୍ରଶ୍ନ ପତ୍ର ପ୍ରସ୍ତୁତିର ତଦାରଖ କରିବାକୁ ସରକାରୀ ନିର୍ଦ୍ଦେଶ ରହିଥିଲା l ଏଥିରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ପିଲାଙ୍କୁ ଦେବା ସହିତ ବିଦ୍ୟାଳୟ ର କମ୍ପୋଜିଟ ଫଣ୍ଡ ବ୍ୟବହାର କରିବାକୁ ମଧ୍ୟ ନିର୍ଦ୍ଦେଶ ଥିଲା l

ଏହି ପରୀକ୍ଷା ସୋନପୁର ବ୍ଲକରେ ଅକ୍ଟୋବର ୧୨ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖରେ ଶେଷ ହେବାରଥିଲା l ମାତ୍ର ଅକ୍ଟୋବର ୧୪ ତାରିଖ ମହାଳୟା (ଆଶ୍ଵିନ ଅମାବାସ୍ୟା) ଥିବାରୁ ସରକାରୀ ଛୁଟି ଥିବାରୁ ଉକ୍ତ ଦିନର ଡ୍ରଇଂ ପରୀକ୍ଷା କୁ ବାତିଲ କରାଯାଇଥିଲା l ପୁନଶ୍ଚ ଗତ ୨୦ ତାରିଖରୁ ଦଶହରା ଛୁଟି ଥିବାରୁ ଉକ୍ତ ଦିନର ପରୀକ୍ଷା କୁ ୧୮ ତାରିଖରେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା l ଏହା ସତ୍ତ୍ୱେ ବ୍ଲକ ଶିକ୍ଷା ବିଭାଗ ସ୍ତରରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପରିଚାଳନା, ପ୍ରଶ୍ନପତ୍ର ପ୍ରସ୍ତୁତି ରେ ବ୍ୟତିକ୍ରମ ହୋଇଥିଲା l ଲକର୍ମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବେହେରା ଗତ ୧୮ ତାରିଖ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କୁ ଡ୍ରଇଂ ପ୍ରଶ୍ନ ପତ୍ର ଦେଇ ପରୀକ୍ଷା କରାଇଛନ୍ତି l ମାତ୍ର ୬ଷ୍ଠ ରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରଶ୍ନପତ୍ର ଆସିନଥିବା କହି ପରୀକ୍ଷା ବନ୍ଦ କରିଦେଇଥିଲେ l ଏ ନେଇ CRCC କିମ୍ବା BEO ଙ୍କୁ ମଧ୍ୟ ଜଣାଇନଥିବା ଅଭିଯୋଗ ହୋଇଛି l

ଫଳରେ ବ୍ଲକ ଶିକ୍ଷା ବିଭାଗର ପରିଚାଳନା ଓ ସମ୍ପୃକ୍ତ CRCC ଙ୍କ କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ପ୍ରଶ୍ନପତ୍ର ଅଭାବରୁ ପରୀକ୍ଷା ରୁ ଛାତ୍ର ଛାତ୍ରୀ ବଞ୍ଚିତ ହେବା ଖବର ପ୍ରକାଶ ପାଇବା ପରେ ଘଟଣା ର ତଦନ୍ତ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ l ଖବର ପ୍ରକାଶ ପାଇବା ପରେ ତରବରିଆ ଭାବରେ ବିଦ୍ୟାଳୟରେ ୧୯ ତାରିଖ ରେ ୬ଷ୍ଠ ଶ୍ରେଣୀ ରୁ ୮ମ ଶ୍ରେଣୀ ର ଛାତ୍ର ଛାତ୍ରୀ ମାନଙ୍କୁ ଡ୍ରଇଂ ପରୀକ୍ଷା କରାଯାଇଥିଲା l ତେବେ ୨୦ ତାରିଖ ରୁ ଦଶହରା ଛୁଟି ହେଉଥିବାରୁ ଏବଂ ବାତିଲ ହୋଇଥିବା ପରୀକ୍ଷା କେବେହେବ ଛାତ୍ରଛାତ୍ରୀ ମାନଙ୍କୁ କୌଣସି ସୂଚନା ଦିଆଯାଇନଥିଲା l ଫଳରେ ୧୯ ତାରିଖ ରେ ଅଧିକାଂଶ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଥିଲେ l

ସୂଚନା ଅନୁସାରେ ଉକ୍ତ ଦିନ ୬ଷ୍ଠ ଶ୍ରେଣୀରେ ୨୭ ରୁ ୧୫ ଜଣ, ୭ମ ଶ୍ରେଣୀରେ ୨୦ ରୁ ୧୪ ଜଣ ଏବଂ ୮ମ ଶ୍ରେଣୀରେ ୩୨ ରୁ ୧୧ ଜଣ ମାତ୍ର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାପଡିଛି l ସରକାରଙ୍କ ଗାଇଡଲାଇନ ଅନୁସାରେ ପ୍ରଶ୍ନପତ୍ର ପ୍ରସ୍ତୁତି ର ତଦାରଖ କରିବା ନିର୍ଦ୍ଦେଶ ଥିଲେ ମଧ୍ୟ ଏଠାରେ ଏହା ବ୍ୟତିକ୍ରମ ହୋଇଥିବା ଦେଖିବାକୁ ମିଳିଛି l ଜିଲ୍ଲା ତଥା ବ୍ଲକ ଶିକ୍ଷା ବିଭାଗ ଏପରି ବ୍ୟତିକ୍ରମକୁ ସୁଧାରିବାକୁ ଅଭିଭାବକ ମାନଙ୍କ ତରଫରୁ ଦାବି ହେଉଛି l

Popular Articles