ସନ୍ଧ୍ୟା ସୁଦ୍ଧା ବାତ୍ୟା : IMD

0
45
ସନ୍ଧ୍ୟା ସୁଦ୍ଧା

ରିପୋର୍ଟ : ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୩/୧୦) : ସମ୍ଭାବ୍ୟ ବାତ୍ୟା ନେଇ ଭାରତୀୟ ପାଣିପଗ ବିଭାଗର ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଙ୍କ ସୂଚନା ।

ଏହି ବାତ୍ୟା ବାଂଲା ଦେଶ ଉପକୂଳ ଯିବ ତେଣୁ ଓଡିଶା କୁ ସିଧାସଳଖ କୌଣସି ଭୟ ନାହିଁ। ସ୍ଥଳଭାଗ ଛୁଇଁଲା ବେଳକୁ ଏହି ବାତ୍ୟା ଦୁର୍ବଳ ହୋଇସାରିଥିବ । ‘ବାତ୍ୟାରୁ ଦୁର୍ବଳ ହୋଇ ଗଭୀର ଅବପାତ ଭାବେ ସ୍ଥଳଭାଗ ଛୁଇଁବ । ତେବେ ଉପକୂଳ ଓଡିଶାର ପୂଜା ପେଣ୍ଡାଲଗୁଡ଼ିକୁ ସତର୍କ କଲେ ଆଇଏମ୍‌ଡି ମହାନିର୍ଦ୍ଦେଶକ । ବାତ୍ୟା ପ୍ରଭାବ ଜନିତ ବର୍ଷା ଓ ହାଲୁକା ପବନ ନେଇ ସତର୍କ କଲେ ଡିଜି। ‘ଉପକୂଳ ଓଡ଼ିଶାର ସମୁଦ୍ରକୂଳରେ ଝଙ୍କାଳିଆ ପବନ ବହିପାରେ’। ‘ପାର୍ବଣ ଋତୁ ଚାଲିଥିବାରୁ ବର୍ଷା ପାଇଁ ଅସୁବିଧା ହୋଇପାରେ। ‘ପୂଜା ମଣ୍ଡପ ଭଲ ତିଆରି ହୋଇ ନଥିଲେ କ୍ଷତି ହୋଇପାରେ, ବର୍ଷା, ପବନ ଯୋଗୁଁ ଦର୍ଶକମାନେ ମଧ୍ୟ ହଇରାଣ ହୋଇପାରନ୍ତି ।

ବର୍ତ୍ତମାନ ଏହା ଗଭୀର ଅଵପାତ ରେ ରହିଛି ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ବୋଲି ସୂଚନା ଦେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଓଡ଼ିଶାରେ ସେପରି କିଛି ପ୍ରଭାବ ପଡ଼ିବ ନାହିଁ । ଜଗତସିଂହପୁର ଓ ବାଲେଶ୍ବରର କିଛି ସ୍ଥାନରେ ବର୍ଷା ଅଧିକ ହୋଇପାରେ। ଆଜି ସନ୍ଧ୍ୟାରୁ ସମୁଦ୍ରରେ ୬୦ରୁ ୭୦ କିମି ବେଗରେ ପବନ ବହିବ । କାଲି ପର୍ଯ୍ୟନ୍ତ ତୀବ୍ରତା ବଢ଼ି ୮୦ରୁ ୯୦ କିମି ଯାଏଁ ଯାଇପାରେ ।

୨୫ ତାରିଖ ସନ୍ଧ୍ୟାରେ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ। ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପୁରୀ (ସିଗ୍ନାଲ ପୋର୍ଟ), ପାରାଦ୍ୱୀପ ଏବଂ ଧାମରା ପାଇଁ ବିପଦ ସଙ୍କେତ ୩-ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହିବ । ଉଚ୍ଚ ଜୁଆର ଆସିବ। ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।