ପ୍ରାଥମିକ ଶିକ୍ଷକଙ୍କ ରାଜ୍ୟ ସ୍ତରୀୟ ବୈଠକ

0
77
ପ୍ରାଥମିକ ଶିକ୍ଷକଙ୍କ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୧୦) : ସୋନପୁର NGOCC ହଲ ଠାରେ ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ କର୍ମକର୍ତ୍ତା ଓ ପଶ୍ଚିମାଞ୍ଚଳ ଫୋରମ୍ ଅନ୍ତର୍ଗତ ୧୪ ଟି ଜିଲ୍ଲାର ଶିକ୍ଷକ ସଂଘର ଜିଲ୍ଲା ସଭାପତି ଓ ସମ୍ପାଦକ ଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଜିଲ୍ଲା ସଭାପତି ଦାମୋଦର ପଣ୍ଡା ସଭାପତିତ୍ବ କରିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର ବୈଠକ ର ଆଭିମୁଖ୍ୟ କହିଥିଲେ । ରାଜ୍ୟ ସରକାରଙ୍କ ଶିକ୍ଷକ ମାନଙ୍କ ପ୍ରତି ବାରମ୍ବାର ଅବିଚାର କରି ଚାଲିଛନ୍ତି । ଏଣୁ ଆଗାମୀ ଦିନରେ ଏକ ବଡ ଆନ୍ଦୋଳନ କରିବାକୁ ପ୍ରସ୍ତାବ ନିଆ ଯାଇଥିଲା । ଏଥିରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ସମ୍ପାଦକ ବିଭୁପ୍ରସାଦ ସାହୁ, କାର୍ଯ୍ୟକାରିଣୀ ସଭାପତି, ବାମନ ବାରିକ, ପଶ୍ଚିମାଞ୍ଚଳ ଟିମ୍ ଲିଡର ରାମଲାଲ ପଟେଲ, ସୁରେଶ ପଧାନ, ଚକନନ୍ଦ କମ୍ପ, ଶ୍ରୀକାନ୍ତ ବାରିକ, ଶିଶିର ଖଟୁଆ, ଚେରୁ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ସଭକାର୍ଯ୍ୟକୁ ହିମାଂଶୁ ପଣ୍ଡା ସଂଯୋଜନା କରିଥିଲେ । ଜିଲ୍ଲା ଉପସଭାପତି ବ୍ରତାନନ୍ଦ ଭୋଇ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବ୍ଲକର ଶିକ୍ଷକ ସଂଘର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ସର୍ବଶେଷରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଜୟ ପୁରୋହିତ ଧନ୍ୟବାଦ୍ ଦେଇଥିଲେ ।