ସୁରଭିରେ ଝୁମିଲେ ପିଲା, ଚିହ୍ନଟ ହେଲେ ବ୍ଲକ ସ୍ତରୀୟ ପ୍ରତିଭା

0
35
ସୁରଭିରେ ଝୁମିଲେ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୦/୧୦) : ବୁଧବାର ରାୟଗଡ଼ା ବ୍ଲକ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ସୁରଭି ସ୍ଥାନୀୟ ବିଦ୍ୟୁତ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023-10-19 at 18.31.17

ମୁଖ୍ୟ ଅତିଥି ରୂପେ ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭାଜନଲାଲ୍ ମାଝୀ ଓ ଉଦଯାପନୀ ଉତ୍ସବରେ ରାୟଗଡ଼ା ବିଡିଓ ଅମୂଲ୍ୟ କୁମାର ସାହୁ ଯୋଗଦେଇଥିଲେ । ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଦୀପ୍ତ କୁମାର ଦାଶ, ବ୍ଲକ ସଂଯୋଜକ ବଳରାମ ହୁଇକା, ଏବିଇଓ ଛବିଲାଲ ସିଂ ଅତିଥି ରୂପେ ମଞ୍ଚାଷୀନ ଥିଲେ । ଶ୍ରୀ ଜଗନ୍ନାଥଙ୍କ ତୈଳ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ସଙ୍ଗୀତ, ତର୍କ, ବକ୍ତୃତା, ଚିତ୍ରାଙ୍କନ, ହସ୍ତ ଓ ଶିଳ୍ପକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ରାୟଗଡ଼ା ବ୍ଲକର ସତରଟି କ୍ଳଷ୍ଟର ମଧ୍ୟରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ନିମନ୍ତେ ପ୍ରତିଭା ଚୟନ କରାଯାଇଥିଲା ।

ଶ୍ରୀ ଭାଜନଲାଲ୍ ମାଝୀ ଶିଶୁ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା ଗୁଡ଼ିକୁ ଅନୁକୂଳ ପରିବେଶ ପ୍ରଦାନ ସହ ଜନମାନସରେ ପରିଚିତ କରିବାରେ ଦକ୍ଷ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଶିଶୁଙ୍କ ନିକଟରେ ଦକ୍ଷତା ପୂରି ରହିଛି, ତାହାକୁ ଚିହ୍ନଟ ଓ ବିକଶିତ କରିବା ଆମ ଦାଇତ୍ୱ ବୋଲି ସେ କହିଥିଲେ । ବିଡିଓ ଶ୍ରୀ ଅମୂଲ୍ୟ ସାହୁ ଶିଶୁଙ୍କୁ ପୁସ୍ତକ ଶିକ୍ଷା ସହ ଆନୁସାଙ୍ଗିକ ଦକ୍ଷତା ଗୁଡ଼ିକର ବିକାଶର ଆବଶ୍ୟକତା ରହିଛି । ବିଦ୍ୟାଳୟ ସ୍ତରରେ ପିଲାଙ୍କୁ ଅନୁକୂଳ ପରିବେଶ ସହ ଉତ୍ସାହିତ କଲେ ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରତିଷ୍ଠିତ ହୋଇପାରିବେ ବୋଲି ପ୍ରକାଶ କରିଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ସମସ୍ତ ଶିଶୁ, ଶିକ୍ଷୟିତ୍ରୀ, ଶିକ୍ଷକ, ଅଭିଭାବକ ଓ ଦର୍ଶକ ଝୂମିଥିଲେ । ନୀଳାଚଳ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଏହାର ଆୟୋଜନରେ ବିଦ୍ୟୁତ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନରେଶ ସିଂ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଉତ୍ତମ ଜେନା, ସଦାନନ୍ଦ ନାୟକ, ଦୁର୍ଗା ସନ୍ୟାସୀ ବେହେରା, ପୁରନ୍ଦର ପାଣି, ସମସ୍ତ ସି ଆର ସି ସି ଓ ବ୍ଳକ ଶିକ୍ଷକ ସଂଘ କର୍ମକର୍ତ୍ତା ସହଯୋଗ କରିଥିଲେ ।