ଚାଷ ସମ୍ବନ୍ଧୀୟ କୃଷକ କର୍ମଶାଳା ଅନୁଷ୍ଠିତ

0
47
ଚାଷ ସମ୍ବନ୍ଧୀୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୭/୧୦) : ଆଜି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅଧିନସ୍ତ ପ୍ରଧାନିଗୁଡ଼ା ଗ୍ରାମ ଠାରେ ଆଇ.ଟି.ସି. ମିଶନ ସୁନେହରା କଲ୍ ପ୍ରକଳ୍ପ ଆନୁକୁଲ୍ୟରେ ସ୍ବେଛାସେବୀ ସଂଗଠନ ମାନବ ଅଧିକାର ସେବା ସମିତି (ମାସ୍) ପକ୍ଷରୁ କ୍ଷେତ୍ର ପରିଦର୍ଶନ ଓ ଚାଷ ସମ୍ବନ୍ଧୀୟ କୃଷକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।WhatsApp Image 2023-10-17 at 17.12.11

ଏହି କାର୍ଯ୍ୟକ୍ରମରେ ଗୁଣୁପୁର, ପଦ୍ମପୁର ଓ ରାମନାଗୁଡା ବ୍ଲକର ଅଗ୍ରଣୀ ଚାଷୀ ଭାଇ ଓ ଭଉଣୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ବୈଜ୍ଞାନିକ ଜ୍ଞାନ କୌଶଳ ଅବଲମ୍ବନ କରି ଧାନ ଓ କପା ଚାଷ କରିଥିବା କ୍ଷେତ୍ରକୁ ପରିଦର୍ଶନ ମଧ୍ୟ କରାଯାଇଥିଲା । ଏହା ମାଧ୍ୟମରେ ଚାଷୀ ମାନେ କିପରି ଉଚିତ୍ ଜ୍ଞାନ କୌଶଳ ନିଜ ଚାଷ ଜମିରେ ପ୍ରୟୋଗ କରି ଉତ୍ପାଦନରେ ଅଭିବୃଦ୍ଧି କରି ପାରିବେ ଏବଂ ନିଜର ଜୀବିକାକୁ ସ୍ୱାବଲମ୍ବୀ କରିପାରିବେ, ତାହା ନେଇ ତାଲିମ ପ୍ରଦାନ କରାଯାଇଥିଲା ।

ଏହି ଶିବିରରେ ମୁଖ୍ୟ ଅଥିତି ରୂପେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡଃ ସୁସ୍ମିତା ମହାନ୍ତି , ଡଃ ଏନ୍ ରାମୁ ସାର୍, କୃଷି ବିଭାଗ ଅଧିକାରୀ, ଉଦ୍ୟାନ ବିଭାଗ ଅଧିକାରୀ ଓ ଓଡ଼ିଶା ଜୀବିକା ମିଶନର ଅଧିକାରୀ ମାନେ ଉପସ୍ଥିତି ରହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସବିଶେଷ ବିବରଣୀ ପ୍ରଦାନ କରି ଆଗାମୀ ଦିନରେ କିପରି ଗୁଣୁପୁର, ପଦ୍ମପୁର ଓ ରାମନାଗୁଡାର ସମସ୍ତ ଚାଷୀ ଭାଇ ଓ ଭଉଣୀମାନେ ଲାଭ ପାଇପାରିବେ ସେ ନେଇ ମତ ପ୍ରକାଶ ରଖିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାସ୍ ର ଜିଲ୍ଲା ସଂଯୋଜକ ଶ୍ରୀ ସୁଦିପ୍ କୁମାର ସାହୁ, ଗୋଷ୍ଠି ସଂଯୋଜକ ଶ୍ରୀ ଦେବେନ୍ଦ୍ର ଗୌଡ଼ ଏବଂ ଶ୍ରୀ ଆଲବିଶ କୁମାର ମାଳି ଓ ସମସ୍ତ କିସାନ ମିତ୍ର ଭାଇ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦନରେ ସହଯୋଗ କରିଥିଲେ ।