କଲ୍ୟାଣସିଂହପୁରରେ ଟ୍ରାକ୍ଟର ମାଲିକ ସଙ୍ଘ ଗଠନ

0
80
କଲ୍ୟାଣସିଂହପୁରରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୬/୧୦) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକରେ ଟ୍ରାକ୍ଟର ମାଲିକଙ୍କ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ସ୍ଥାନୀୟ ମାଉସୀ ମାଁ ମନ୍ଦିର ରେ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକ ବିଭିନ୍ନ ବିଷୟ ମାନ ଆଲୋଚନା କରିଥିଲେ । ଆଲୋଚନା କରିବା ପରେ ଟ୍ରାକ୍ଟର ମାଲିକ ମାନଙ୍କ ଦ୍ଵାରା ନିଷ୍ପତ୍ତି ନିଆଗଲା ଯେ ସବୁ ଟ୍ରାକ୍ଟର ମାଲିକ ମିଶି ଏକ ସଂଘ ଗଠନ କରିବା ପାଇଁ । ପ୍ରଥମେ ସଙ୍ଘର ନାମ କରଣ କରାଗଲା ଉକ୍ତ ସଙ୍ଘ ର ଜୟ ଜଗନ୍ନାଥ ଟ୍ରାକ୍ଟର ମାଲିକ ସଙ୍ଘ କଲ୍ୟାଣସିଂହପୁର ରୂପେ ନାମିତ କରାଗଲା । ଏହି ସଙ୍ଘରେ ସଭାପତି ଭାବେ ଏଙ୍କେଟେଶ୍ୱର ପାଢ଼ୀ ଉପ ସଭାପତି ରୂପେ ନବୀନ ଚନ୍ଦ୍ର ଝଲିଆ ସମ୍ପାଦକ ଏ ହରିଶଙ୍କର ରାଓ କୋଷାଧ୍ୟକ୍ଷ ଗୁଡ଼ଲା ନାଗେଶ୍ୱର ରାଓଙ୍କୁ ଚୟନ କରାଯାଇଥିବା ବେଳେ ଗୋବର୍ଣିଙ୍ଗ ବଡି ମେମ୍ବର ରୂପେ ବପୁଜି ବାଗ,ଧର୍ମାସିଂ କାଡ୍ରାକା,ଅକ୍ଷୟ କୁମାର ପିଡ଼ିସିକା, ଦାନୁ ନିଶିକା,ଅଜିତ ପାଣିଗ୍ରାହୀ ଓ ଗୋବିରି ହୁଇକା ରହିଛନ୍ତି । ଏହି ସଙ୍ଘକୁ ପରିଚାଳନା କରିବା ପାଇଁ ସଂଜଯୋଜ ଭାବେ କୁମାର ସ୍ୱାମୀ କୌଶଲ୍ୟା, ସନ୍ତୋଷ କୁମାର ଝାଡଙ୍ଗା ଓ ଅଶ୍ୱିନୀ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ଜଣା ପଡିଛି ।