୧୨ ଘଣ୍ଟିଆ ବୁର୍ଲା ବନ୍ଦ; ଜୀବନଯାତ୍ରା ଠପ୍

0
50
୧୨ ଘଣ୍ଟିଆ ବୁର୍ଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୩/୧୦) : ସ୍ଥାୟୀ ଜମି ପଟ୍ଟା ପ୍ରଦାନ ଓ ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ । ବୁର୍ଲା ନାଗରିକ କମିଟି ପକ୍ଷରୁ ସକାଳ ୬ଟା ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି ।

ବର୍ଷ ବର୍ଷ ଧରି ବୁର୍ଲା ସହରରେ ବାସ କରୁଥିବା ଲୋକମାନଙ୍କର ସ୍ଥାୟୀ ଜମି ପଟ୍ଟା ମିଳିପାରୁ ନାହିଁ । ବାରମ୍ବାର ଏନେଇ ଦାବି କଲେ କିଛି ସୁଫଳ ମିଳି ନାହିଁ । ଶୀଘ୍ର ଲୋକମାନଙ୍କର ସ୍ଥାୟୀ ଜମି ପଟ୍ଟା ପାଇଁ ଲୋକେ ଦାବି କରିଛନ୍ତି । ଏହାସହ ସହରରେ ଏବେ ରାସ୍ତା ସଂପ୍ରସାରଣ ପାଇଁ ବ୍ୟାପକ ଭାବେ ଘର ଓ ଦୋକାନ ଘର ଉଚ୍ଛଦ ଚାଲିଥିବାରୁ ଏହାକୁ ବନ୍ଦ କରିବାକୁ ଦାବି କରିଛନ୍ତି ଲୋକେ । ଆଜିର ବନ୍ଦ କେବଳ ବୁର୍ଲା ସହର ମଧ୍ୟରେ ସୀମିତ ରହିଛି । ସହରର ସମସ୍ତ ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନ ସମେତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିଛି ।

ତେବେ ବୁର୍ଲା ହସପିଟାଲକୁ ଦୈନଦିନ ହଜାର ହଜାର ରୋଗୀ ଆସୁ ଥିବାରୁ ଆମ୍ବୁଲାନସ ସେବା ଓ ରୋଗୀ ମାନେ ଆସୁଥିବା ଗାଡି ଚଳାଚଳ ପ୍ରଭାବିତ ହେବନାହିଁ ବୋଲି ବୁର୍ଲା ନାଗରିକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସକାଳେ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିଛନ୍ତି ।