ଲାଞ୍ଚ ନେଉଥିବାବେଳେ ଡାକ୍ତରଙ୍କୁ ବାନ୍ଧିଲା ସିବିଆଇ

0
46
ଲାଞ୍ଚ ନେଉଥିବାବେଳେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୧୩/୧୦) : ପାରାଦୀପ ସ୍ବାସ୍ଥ୍ୟ ସଂଗଠନ ଅଧିକାରୀ ଡକ୍ଟର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ ଗିରଫ । ଗିରଫ କରିଛି ସିବିଆଇ । ଲାଞ୍ଚ ନେଉଥିବା ବେଳେ ଧରିଥିଲା ସିବିଆଇ

ଏହାସହ ଡକ୍ଟର ରାଜେନ୍ଦ୍ରଙ୍କଠାରୁ କୋଟିଏ ଟଙ୍କା ସହ ବିଦେଶୀ ମଦ ଓ ସିଗାରେଟ ଜବତ ହୋଇଥିବା ସୂଚନା ମିଳିଛି । ଏମିନେନ୍ସ ସିପିଂ ଏଜେଣ୍ଟଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗତକାଲି ଧରାପଡ଼ିଥିଲେ । ପାରାଦୀପ ଭୁଇଁଆ ଛକରେ ଥିବା କାର୍ଯ୍ୟାଳୟରେ ଟଙ୍କା ନେଉଥିବା ବେଳେ ଗତକାଲି ଅପରାହ୍ଣରେ ଧରିଥିଲା ସିବିଆଇ । ପାରାଦୀପ ବନ୍ଦରକୁ ଆସୁଥିବା ଜାହାଜର କ୍ରିୟୁ ମେମ୍ବରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଥିବା ଓ ଏହି ଯାଞ୍ଚ ରିପୋର୍ଟ ପାଇଁ ରାଜେନ୍ଦ୍ର ନାରାୟଣ ଅନେକ ସମୟରେ ବିଭିନ୍ନ ସିପିଂ ଏଜେଣ୍ଟଙ୍କ ଠାରୁ ଜୁଲମ କରି ଟଙ୍କା ନେଉଥିବା ଅଭିଯୋଗ ହୋଇ ଆସୁଥିଲା । ସରକାରୀ ବାସଭବନ, ହାଉସିଂ ବୋର୍ଡର ଭଡ଼ା ଘର ଓ କଟକ ଘରେ ମଧ୍ୟ ଚଢାଉ କରାଯାଇଥିଲା । ବହୁ କାଗଜପତ୍ର ଜବତ ସହ ବିଦେଶୀ ଡଲାର, ବିଦେଶୀ ମଦ, ବିଦେଶୀ ସିଗାରେଟ, ବିଭିନ୍ନ ବ୍ରାଣ୍ଡର ବିଦେଶୀ ପରଫ୍ୟୁମ ସହ ଏକ କୋଟି ଟଙ୍କା ଜବତ ହୋଇଛି ।