ହାବିଲଦାର ଓ କନେଷ୍ଟବଳ ଶାଖା ସଙ୍ଘ ରାୟଗଡାର ନିର୍ବାଚନ ଅନୁଷ୍ଠିତ

1
94
ହାବିଲଦାର ଓ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୧/୧୦) : ଓଡିଶା ପୋଲିସ ହାବିଲଦାର ଓ କନେଷ୍ଟେବଳ ଶାଖା ସଙ୍ଘ ରାୟଗଡା ର ୨୦୨୩ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇ ତାହାରି ଫଳାଫଳ ଘୋଷଣା ହୋଇଯାଇଛି lWhatsApp Image 2023-10-11 at 06.43.13

ନିର୍ବାଚନ ଫଳାଫଳକୁ ସେଣ୍ଟ୍ରାଲ ରିଟର୍ନିଙ୍ଗ ଅଧିକାରୀ ତଥା ଡି.ଏସ.ପି ଡି.ଆଇ.ବି ରାୟଗଡା ଘୋଷଣା କରିଛନ୍ତି l ଏହି ନିର୍ବାଚନରେ ସଭାପତି ଭାବେ ଅନିଲ କୁମାର ଦଣ୍ଡସେନା ବିଜୟ ହୋଇଛନ୍ତି l ଅନିଲ କୁମାର ୨୪୯ ଭୋଟ ପାଇଥିବା ବେଳେ ରତ୍ନମଣୀ ସାହୁ ୨୧୬ ଭୋଟ ପାଇଛନ୍ତି l ଉପସଭାପତି ଭାବେ ଦିଲୀପ କୁମାର ସିଂ ନିର୍ବାଚିତ ହୋଇଛନ୍ତି l ଦିଲୀପ ୨୮୨ ଭୋଟ ପାଇଥିବା ବେଳେ, ଲୋଟା ରବୀନ୍ଦ୍ର କୁମାର ମୁର୍ତ୍ତୃ ୧୮୦ ଖଣ୍ଡ ଭୋଟ ପାଇଛନ୍ତି l ସାଧାରଣ ସମ୍ପାଦକ ଭାବେ ସତ୍ୟଜିତ ମହାପାତ୍ର ୨୧୪ ଖଣ୍ଡ ଭୋଟ ପାଇଥିବା ବେଳେ, ତ୍ରିଲୋଚନ ନାୟକ ୧୭୦ ଖଣ୍ଡ ଭୋଟପାଇଥିଲେ ସତ୍ୟଜିତ ନିର୍ବାଚିତ ଘୋଷିତ ହୋଇଛନ୍ତି । ଯୁଗ୍ମ ସମ୍ପାଦକ ୧ ଭାବେ ରାଜେଶ କୁମାର ଲାକ୍ରା ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମ ସମ୍ପଦକ ୨ ଭାବେ ଶ୍ୟାମ ସୁନ୍ଦର ସାହୁ ନିର୍ବାଚିତ ହୋଇଛନ୍ତି l

ଯୁଗ୍ମ ସମ୍ପାଦକ ୧ ରାଜେଶ ଲାକ୍ରା ଙ୍କୁ ୨୫୭ ଓ ଶିବ ଶର୍ମା କୁ ୨୦୧ ଯୁଗ୍ମ ସମ୍ପାଦକ ୨ ଶ୍ୟାମ ସୁନ୍ଦର ସାହୁ କୁ ୨୨୬ ଓ ରମାକାନ୍ତ ପାଢ଼ୀ କୁ ୧୨୫ ଖଣ୍ଡ ଭୋଟ ମିଳିଛି l କୋଷାଧକ୍ଷ ଭାବେ ସଂଜୟ କୁମାର ଗମାଙ୍ଗ ବିଜୟ ହୋଇଛନ୍ତି l ସଂଜୟ ୨୩୮ ଓ କ୍ରିଷ୍ଣା ଚନ୍ଦ୍ର ଜାନୀ ୨୨୨ ଖଣ୍ଡ ଭୋଟ ପାଇଛନ୍ତି l ସଭ୍ୟ ଭାବେ ସଦାନନ୍ଦ ଶତପଥୀ ୨୮୨, ରାମରାଓ ଗୁମୁଡାନି ୧୮୮, ଶିବ ଶଙ୍କର ମାଣ୍ଡାଙ୍ଗୀ ୨୦୧, କେଶବ ବେହେରା ୧୯୧ ଓ କାହ୍ନୁ ଚରଣ ସାହୁ ୨୩୦ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି l ନିର୍ବାଚିତ ସଦସ୍ୟ ମାନେ ପୋଲିସ ହାବିଲଦାର ଓ କନେଷ୍ଟେବଳ ନିର୍ବାଚନରେ ଭୋଟ ଦେଇ ବିଜୟ କରିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି lonad

1 COMMENT

Comments are closed.