Friday, March 29, 2024

Top 5 This Week

Related Posts

ବିନିକା ପୁରୁଣା ବସ ଷ୍ଟାଣ୍ଡ ଦୁର୍ଗାପୂଜା ପୂଜା ପାଇଁ ରାବଣ ବରଣ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୧୦) : ଦୀର୍ଘ ୫୩ବର୍ଷ ଧରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୁରୁଣା ବସଷ୍ଟାଣ୍ଡ ଦୁର୍ଗାପୂଜା କମିଟି ତରଫରୁ ପାଳିତ ହୋଇ ଆସୁଥିବା ସର୍ବଜନୀନ ଦୁର୍ଗା ପୂଜା ଚଳିତ ବର୍ଷ ବେଶ ଧୁମଧାମରେ ପାଳନ ହେବା ବୋଲି କମିଟି ତରଫରୁ ପ୍ରୟାସ ଆରମ୍ଭ ହୋଇଛି ।WhatsApp Image 2023-10-06 at 09.33.49

ଏହି ପରିପେକ୍ଷୀରେ ଦୁର୍ଗତିନାଶିନୀ ମାଁ ଦୁର୍ଗାଙ୍କ ଦର୍ଶନ ପାଇଁ ଆସିବାକୁ ଥିବା ଶ୍ରଦ୍ଧାଳୁ ଭକ୍ତଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାବଣ ଦରବାର ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଅପରାହ୍ନରେ କମିଟିର ସଭାପତି ସନ୍ତୋଷ କୁମାର ପଣ୍ଡାଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ମାଁ ଦୁର୍ଗାଙ୍କ ଆଶୀର୍ବାଦ ନେଇ ଏକ ବାଇକ ଶୋଭାଯାତ୍ରାରେ ଅନ୍ତର୍ଡା ଗ୍ରାମକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ରାବଣ ଭୂମିକାରେ ଅଭିନୟ କରୁଥିବା ଗୋପାଳ ପଣ୍ଡାଙ୍କୁ ଉପଢ଼ୌକନ ଦେଇ ବରଣ କରିଥିଲେ ।

Popular Articles