Friday, March 29, 2024

Top 5 This Week

Related Posts

ପ୍ରେମିକାର ପ୍ରତାରଣା ସହି ନପାରି ବିଷ ପିଇ ଦେଲା ପ୍ରେମିକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୫/୧୦) : ପ୍ରେମିକାର ପ୍ରତାରଣା ସହିନପାରି ବିଷ ପିଇ ପ୍ରେମିକର ଆତ୍ମହତ୍ୟାର ଲାଇଭ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେସ ଭାଇରାଲ ହେଉଥିବା ବେଳେ ଏହି ଘଟଣା ଏବେ ଖଇରା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏଭଳି ଏକ ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ନହଙ୍ଗ ମହାଳିକ ସାହିରେ ଦେଖିବାକୁ ମିଳିଛି । ଗାଁ’ର ଗୟାଧର ମହାଳିଙ୍କ ଏକମାତ୍ର ପୁଅ କମଳାକାନ୍ତ ପ୍ରେମିକାର ପ୍ରତାରଣା ସହିନପାରି ସାତଦିନ ପୂର୍ବରୁ ବିଷବିପିଇ ଅସୁସ୍ଥ ହୋଇପଡିଥିଲେ । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଖଇରା ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । କମଳାକାନ୍ତ ସାତଦିନ ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ମୃତ୍ୟୁବରଣ କରିଛନ୍ତି । କମଳାକାନ୍ତ ବିଷ ପିଉଥିବାର ଲାଇଭ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ପ୍ରେମିକାର ପ୍ରତାରଣା ପାଇଁ କମଳାକାନ୍ତ ଆତ୍ମହତ୍ୟା କରିଥିବା ପରିବାର ଏବଂ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଉକ୍ତ ପ୍ରେମିକା ଖଇରା ବ୍ଲକ ସିମୁଳିଆ ଥାନା ଅଧିନ ଗରସଙ୍ଗ ଅଞ୍ଚଳରେ ହୋଇଥିବା ବେଳେ ସେ ଗରସଙ୍ଗ କଲେଜରେ ପଢ଼ୁଥିବା ବେଳେ କମଳାକାନ୍ତ ପ୍ରେମିକାକୁ ଦେଖା କରିବାକୁ କଲେଜ ନିକଟକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ପରେ କମଳାକାନ୍ତ ଘରକୁ ଆସି ବିଷ ପିଇବା ସହିତ ବିଷ ପିଇବାର ଭିଡ଼ିଓ ଉକ୍ତ ପ୍ରେମିକାକୁ ପଠାଇବା ସହିତ ସୋସିଆଲ ମିଡିଆରେ ଛାଡିଥିଲେ । ଉଭୟଙ୍କ ମଧ୍ୟରେ ୪ବର୍ଷ ହେବ ପ୍ରେମ ସମ୍ପର୍କ ଥିବା ପରିବାର ଏବଂ ସମ୍ପର୍କୀୟ କହିଛନ୍ତି ।

Popular Articles