ଜି.ସି.ଡି ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ବିୟୋଗ

0
101
ଜି.ସି.ଡି ହାଇସ୍କୁଲର

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୫/୧୦) : ସଦର ମହକୁମାସ୍ଥିତ ଗୌଡ଼ ସାହିରେ ରହୁଥିବା ବରିଷ୍ଠ ନାଗରିକ ତଥା ଆଦର୍ଶ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ସକାଳ ୧୦ ଘଣ୍ଟିକା ସମୟରେ ବ୍ରହ୍ମପୁରର MKCG ହସ୍ପିଟାଲ ଠାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା ଶୁଣି ଅଞ୍ଚଳ ବାସୀ ଚକିତ ହୋଇ ଯାଇଥିଲେ । ଏହି ସମୟରେ ତାଙ୍କ ଦୁଇ ପୁଅ, ୪ ଝିଅ, ଜ୍ବାଇଁ, ନାତି, ନାତୁଣୀ ସମସ୍ତେ ଉପସ୍ଥିତ ରହିଥିଲେ। l ଅନ୍ତିମ ଦର୍ଶନ କରିବା ପାଇଁ ମର ଶରୀରକୁ ସ୍ଥାନୀୟ ବାସିନ୍ଦା ଅପେକ୍ଷାରେ ରହିଥିଲେ l ତାଙ୍କ ମର ଶରୀର ଦିନ ୨.୩୦ ମିନିଟରେ ନିଜ ବାସଭବନକୁ ଅଣାଯାଇଥିଲା । ସଂଧ୍ୟା ୫ ଟା ସମୟରେ ବ୍ରାହ୍ମଣ ସାହି ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି । ସ୍ବର୍ଗତ ସାହୁ ୨୫ /୦୮/୧୯୪୨ ରେ ଜନ୍ମଗ୍ରହଣ କରିଥିଲେ l ଆଜି ୦୪/୧୦/୨୦୨୩ ରେ ୮୧ ବର୍ଷ ବୟସରେ ଇହଧାମ ତ୍ୟାଗ କରି ଚାଲିଗଲେ l

ସ୍ବର୍ଗତ ସାହୁ ନିଜ ଜୀବନକୁ ଶିକ୍ଷାଦାନ ସେବାରେ ନିୟୋଜିତ କରି ଜନସାଧାରଣଙ୍କ ଅତି ଆପଣର ହୋଇପାରିଥିଲେ l ସ୍ବର୍ଗତ ସାହୁ ଙ୍କ ବିୟୋଗରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଛି l ତାଙ୍କ ଅମର ଆତ୍ମା ର ସଦଗତି ପାଇଁ ସ୍ଥାନୀୟ ବାସିନ୍ଦା ଭଗବାନଙ୍କ ଠାରେ ପ୍ରାର୍ଥନା କରିବା ସହ, ଏହି ଘଡିସନ୍ଧି ମୁହୂର୍ତ୍ତରେତାଙ୍କ ପରିବାର ବର୍ଗଙ୍କୁ ଭଗବାନ ସତ୍ ସାହାସ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ସ୍ଥାନୀୟ ବାସିନ୍ଦା ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଅମର ଆତ୍ମା ର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି l