ସୁବର୍ଣ୍ଣପୁର ଜିଲ୍ଲା ସାଇବାର ସୁରକ୍ଷା ରଥକୁ ଉଦ୍ଘାଟନ

11
75
ସୁବର୍ଣ୍ଣପୁର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୨/୧୦) : ସୁବର୍ଣ୍ଣପୁର ଜିଲ୍ଲାର ପୁଲିସ କାର୍ଯ୍ୟାଳୟରୁ ସାଇବର ରଥକୁ ପତାକା ଦେଖେଇ ଉଦଘାଟନ କଲେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡାWhatsApp Image 2023-10-03 at 09.49.13

ସାଇବାର କ୍ରାଇମରୁ ଛୋଟ ପିଲା ସ୍କୁଲ କଲେଜ ପୁଅ ଝିଅ, ଯୁବକ ଯୁବତୀ, ପୁରୁଷ ମହିଳା, ବୃଦ୍ଧ ଵୃଦ୍ଧା ସମସ୍ତ ବର୍ଗର ଲୋକଙ୍କୁ ଧମକ ଲୁଣ୍ଠନ, ବ୍ଲାକ ମେଲ ସର୍ବୋପରି ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଓଡିଶା ପୋଲିସ ତଥା କ୍ରାଇମ ବ୍ରାଞ୍ଚ ପକ୍ଷରୁ ଆଜି ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଠାରୁ ସାରା ଜିଲ୍ଲା ରେ ବୁଲିବା କୁ ଥିବା ଏହି ରଥ ଆଜି ଠାରୁ ସମସ୍ତ ଜନସାଧାରଣ ଙ୍କୁ ଗାଁ ଗହଳି, ଗ୍ରାମ, ସ୍କୁଲ, କଲେଜ ଓ ବଜାର ମାନଙ୍କରେ ତାହାର ସଚେତନତା କାର୍ଯ୍ୟକ୍ରମ ଜାରି ରଖିବ l ଗତକାଲି ସୁବର୍ଣ୍ଣପୁର ଜିଲ୍ଲାରେ ଏହି ରଥ ପହଞ୍ଚିବା ପରେ ତେଲ ନଦୀ ବ୍ରିଜ ଠାରୁ ଜିଲ୍ଲା ପୁଲିସ ଦ୍ୱାରା ବେଣ୍ଡ ବାଜା ସହିତ ନିଉଁ ଟାଉନ ହଲ ଯାଏ ପାଛୋଟି ଅଣା ଯାଇଥିଲା l ନୂତନ ଟାଉନ ହଲ ଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଏସପି ଅମରେଶ ପଣ୍ଡାଙ୍କ ନେତୃତ୍ୱରେ ଶହ ଶହ ସ୍ବେଛାସେବୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଏନ ସି ସି ଓ କଲେଜ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଇବର ସୁରକ୍ଷା ରଥକୁ ଫୁଲ ତୋଡ଼ା ଓ ସ୍ଲୋଗାନ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l

ଆଜିର ଉଦଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢୀ, ଅତିରିକ୍ତ ଆରକ୍ଷୀ ନିରୀକ୍ଷକ ବିରେନ କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୈକୁଣ୍ଠ ବିହାରୀ ସେଠୀ, ଡିଏସପି ପ୍ରତାପ ରଣା, ରେଣୁକା ସୁନା, ଚନ୍ଦ୍ରଶେଖର ଶବର, ଇନିସ୍ପେକ୍ଟର ଲୋକନାଥ ସାହୁ, DSP ଚନ୍ଦ୍ର ଶେଖର ଶବର, ଇନିସ୍ପେକ୍ଟର ଲୋକନାଥ ସାହୁ, ନିର୍ମଳା ସାହୁ, ଆର ଆଇ କାଂହୁ ଚରଣ ମାରାଣ୍ଡି, ସରୋଜ ପଟେଲ, ଏସବିଆଇ ର ମୁଖ୍ୟ ପରିଚାଳକ ସନ୍ତୋଷ କୁମାର ସାହୁ, ସହ ପରିଚାଳକ ସାନନ୍ଦ କୁମାର ମେହେର ,
ଏଡିଏମଓ ଡ଼ ରମେଶ ଚନ୍ଦ୍ର ସ୍ବାଇଁ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଆର ଟି ଓ ଅକ୍ଷୟ ଜେନା, ଅତିରିକ୍ତ ଏସପି ଶ୍ରୀ ହେମନ୍ତ ପାଢ଼ୀ, ବୀରେନ୍ଦ୍ର ନାଏକ ଙ୍କ ସମେତ, ଏସ ଡିପିଓ ରାଜ କିଶୋର ମିଶ୍ର, ଆଇ ଆଇ ସି ପଦ୍ମାସିନୀ ମେହେର ,ଏ ଏସ ଆଇ ଶ୍ରୀ ବିଶି, ଶ୍ରୀ ପଧାନ, ପ୍ରମୁଖ ଜିଲ୍ଲା ପୁଲିସ ପ୍ରଶାସନର ବିଭିନ୍ନ ଅଧିକାରୀ, ମିଡ଼ିଆ ସ୍ୱଚ୍ଛ ଭାରତ ଓ ବିଭିନ୍ନ ସଂଗଠନ, ଜନ ସାଧାରଣ ଯୋଗ ଦେଇଥିଲେ l

11 COMMENTS

Comments are closed.