Thursday, March 28, 2024

Top 5 This Week

Related Posts

ଚଳିତ ବର୍ଷ ଦଶହରା ପୂଜା ଓ ମହାବଳି ଯାତ୍ରା ନିମନ୍ତେ ସାଧାରଣ ବୈଠକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୦୯) : ଚଳିତ ବର୍ଷ ୨୦୨୩ ଦଶହରା ପୂଜା ଓ ମହାବଳି ଯାତ୍ରାର ବିଭିନ୍ନ ପୂଜା ଓ ବଳି ପର୍ବ କୁ ଶାନ୍ତି ଶୃଙ୍ଖଳା ସହ ବ୍ୟବସ୍ଥିତ ଭାବେ ଆୟୋଜନ ନିମନ୍ତେ ସମ୍ପୃକ୍ତ ଅଧିକାରୀ, ସେବାୟତ ଙ୍କୁ ନେଇ ଏକ ସାଧାରଣ ବୈଠକ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023-09-28 at 21.50.43 (1)

ଉପଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୋତ୍ତର ସୋନପୁର ଡ଼ଃ ଇପ୍ସିତା ପ୍ରିୟ ଦର୍ଶିନୀ ମିଶ୍ର ଙ୍କ ଆବାହକତ୍ୱରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ସଭା ଗୃହରେ ଅନୁଷ୍ଠିତ ବୈଠକରେ ଗତବର୍ଷ ର ବିସ୍ତୃତଖର୍ଚ୍ଚ ତାଲିକା ର ଉପସ୍ଥାପନା କରି ଚଳିତ ବର୍ଷ ନିମନ୍ତେ ହେବାକୁ ଥିବା ମହାବଳି ଯାତ୍ର ଓ ଦଶହରା ଯାତ୍ରା ନିମନ୍ତେ ଆନୁସଙ୍ଗିକ ଖର୍ଚ୍ଚ ଅଟକଳ ଉପରେ ଗୃହରେ ଆଲୋଚନା ନିମନ୍ତେ ଉପସ୍ଥାପନା କରିଥିଲେ । ନିର୍ବାହୀ ଅଧିକାରୀ ଦେବୋତ୍ତର ଗୃହରେ ବିଭିନ୍ନ ଦେବୀ ମନ୍ଦିର ରେ ବିଭିନ୍ନ ପୁଜା ଓ ନିର୍ଦ୍ଧିଷ୍ଟ ସମୟ ନିର୍ଘଣ୍ଟର ପ୍ରସ୍ତୁତ ତାଲିକା ବୈଠକରେ ସୂଚୀତ କରିଥିଲେ ।

ବୈଠକରେ ଦଶହରା ପୁଜା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବିଭାଗ ଦ୍ୱାରା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ପୁଜାରେ ବିଶେଷ ସହଯୋଗ କରିବାକୁ ଅଧ୍ୟକ୍ଷ ଉପସ୍ଥିତ ଅଧିକାରୀ ତଥା ସେବାୟତ, ପୂଜକ, ବିଭିନ୍ନ ଅନୁଷ୍ଠାନ ପ୍ରଭୁତିଙ୍କୁ ପରାମର୍ଶ ଦେଇଛନ୍ତି l ଆଲୋଚନା ଅବସରରେ ରେ ଯାତ୍ରା ଦିନ ଗୁଡିକରେ ନିରବଛିନ୍ନ ବିଦ୍ୟୁତ ଯୋଗାଣ, ମନ୍ଦିର ଗୁଡିକୁ ସମୟ ପୂର୍ବରୁ ରଙ୍ଗ ଲଗାଇବା, ମନ୍ଦିର ସମୂହ ର ପାରିପାର୍ଶ୍ଵ ସଫା ସୁତୁରା, ଶାନ୍ତି ଶୃଙ୍ଖଳା ରକ୍ଷା, ମନ୍ଦିର ଓ ପାର୍ଶ୍ଵ ମନ୍ଦିର ପରିସରରେ ଆବଶ୍ୟକ ମରାମତି, ଯାତ୍ରା ର ପ୍ରଚାର ପ୍ରସାର ସହ ସେବାପୂଜା ଉପରେ ଆଲୋଚନା କରାଯାଇଛି l

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଏସ ଡି ପି ଓ ରାଜକିଶୋର ମିଶ୍ର , ଏ ଡ଼ିଏମଓ ଡ଼ ରମେଶ ଚନ୍ଦ୍ର ସ୍ୱାଇଁ, ନିର୍ବାହୀ ଯନ୍ତ୍ରୀ ଟି ପି ଓ ଡବ୍ଲୁ ଓ ଡି ଏଲ ଇଂ ଅଶୋକ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ ପି ଏଚ ଡି ଇଂ ଏ କେ ମୂର୍ତ୍ତୀ, ସହକାରୀ ଯନ୍ତ୍ରୀ ପି ଡବ୍ଲୁ ଡି ଇଂ ଶୈଳେଶ ଦେହେରୀ, ତହସିଲଦାର ନବୀନ କିଶୋର ପାଢ଼ୀ, ବି ଡି ଓ ସୋନପୁର ସୌମ୍ୟ ରଞ୍ଜନ ସ୍ୱାଇଁ, ଆଇ ଆଇ ସି ସୋନପୁର ପଦ୍ମାସନା ମେହେର ,ଡିସିଓ ଯମୁନା ପଧାନ, ଦେବୋତ୍ତର ମ୍ୟାନେଜର ମେଘନାଦ ମନହିରା,ଷ୍ଟେନୋ ସଂଜୀବ ମଲ୍ଲିକ, ଦେବୋତ୍ତର ଉପଦେଷ୍ଟା କମିଟିର ସଦସ୍ୟ /ସଦସ୍ୟା ବୃନ୍ଦ, ବିଭିନ୍ନ ମନ୍ଦିର ର ସେବାୟତ ତଥା ପୂଜକ ବୃନ୍ଦ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ସମାଜସେବୀ ପ୍ରମୁଖ, ସାମ୍ବାଦିକ ପ୍ରଭୁତି ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

ଦଶହରା ପର୍ବ ଓ ମହାବଳି ଯାତ୍ରା ମୁଖ୍ୟ ପୁରୋହିତ ଦୀପକ କୁମାର ପୁରୋହିତଙ୍କ ଦ୍ୱାରା ପ୍ରଦତ୍ତ ଲଗ୍ନ ଅନୁସାରେ କାର୍ଯ୍ୟସୂଚୀ ମତେ ସମ୍ପାଦିତ କରାଯିବ l କାର୍ଯ୍ୟସୂଚୀ ଅନୁଯାୟୀ ତା ୧୪/୧୦/୨୩, ଶନିବାର ଅମାବାସ୍ୟା ଦିବା ୧ ଘଣ୍ଟା ବାହୁତୀ ବିଜୟ ଛତ୍ର ସୁରେଶ୍ଵରୀ ମନ୍ଦିର ଠାରୁ ପୂଜା ହୋଇ ସମଲେଶ୍ୱରୀ ମନ୍ଦିରକୁ ବିଜୟ । ରାତ୍ର ୧୦ ଘଣ୍ଟା ସମୟରେ ସମଲେଶ୍ବରୀ ପୀଠରେ ପୂଜା ଓ ବଳି ହୋଇ ପୁଣି ବାଉତି ଛତ୍ର ସହ ସମଲେଶ୍ୱରୀ ପୀଠକୁ ପ୍ରତ୍ୟାବର୍ତ୍ତନ । ୧୫/୧୦/୨୩, ରବିବାର ଶୁକ୍ଳପକ୍ଷ ପ୍ରତିପଦା ତିଥି ଥିବାରୁ ନଅ ଦିନାତ୍ମକ (ନବରାତ୍ର ପୂଜାରମ୍ଭ) ପୂଜା ଆରମ୍ଭ । ରାତ୍ର ୧୦ ଘଣ୍ଟା ସମୟରେ ସମଲେଶ୍ୱରୀ ମନ୍ଦିର ପୀଠ ଠାରେ ପୂଜା ଓ ବଳି ।

୧୬/୧୦/୨୩ ଓ ୧୭/୧୦/୨୩ ସୋମବାର ଓ ମଙ୍ଗଳବାର ରାତ୍ର ୧୦ ଘଣ୍ଟା ସମୟରେ ସମଲେଶ୍ୱରୀ ମନ୍ଦିର ପୀଠ ଠାରେ ପୂଜା ଓ ବଳି l ତା ୧୮/୧୦/୨୩ ବୁଧବାର ଚତୁର୍ଥୀ ତିଥି ହେତୁ ଚଉଠି କାର୍ଯ୍ୟ ଆରମ୍ଭ ଏବଂ (ଖୋଉଲ ଚଉଠି କାର୍ଯ୍ୟ) ଖୋଉଲ କୃତ୍ୟ ହେବ । ରାତ୍ର ୧୨.୩୦ ମି ସମୟରେ ସମଲେଶ୍ୱରୀ ପୀଠରୁ ପୁଜା ଫୁଲ, ପ୍ରସାଦ ସହ ଖମ୍ବେଶ୍ବରୀ ପୀଠକୁ ଓ ଖମ୍ବେଶ୍ବରୀ ପୀଠ ଠାରେ ଦର୍ଶନ ପରେ ସୁରେଶ୍ୱରୀ ମନ୍ଦିର ଖଉଳ ପୀଠରେ ରାତ୍ର ୩ ଘଣ୍ଟାରେ ଖଉଳ କୃତ୍ୟ l ସମଲେଶ୍ୱରୀ ପୀଠରେ ପୂଜା ଓ ବଳି ଓ ଖମ୍ବେଶ୍ବରୀ ପୀଠରେ ପୁଜା ଓ ବଳି ଓ ଅଷ୍ଟଚଣ୍ଡୀ ନିଶା ପୂଜା l ତା ୧୯/୧୦/୨୩, ଗୁରୁବାର ପଞ୍ଚମୀ ରାତ୍ର ୧୦ ଘଣ୍ଟା ସମୟରେ ସମଲେଶ୍ଵରୀ ମନ୍ଦିର ପୀଠରେ ପୂଜା ଓ ବଳି ଲ ଶୁକ୍ରବାର, ତା ୨୦/୧୦/୨୩ ଷଷ୍ଠୀ, ରାତ୍ରରେ ସପ୍ତମୀ ତିଥି ହେଉଥିବା ଯୋଗୁ ପୀଠେ ସପ୍ତମୀ ପୂଜା ଓ ଦୂର୍ଗା ଦେବୀ ବିଜୟ ।

ତ୍ରିଦିନାତ୍ମକ ପୂଜାରମ୍ଭ l ରାତ୍ର ୯ ଘଣ୍ଟା ସମୟରେ ମୁଖ୍ୟ ପୁରୋହିତଙ୍କ ବାସଗୃହରୁ ଦୁର୍ଗାଦେବୀ ଶ୍ରୀ ସମଲେଶ୍ୱରୀଙ୍କ ମଣ୍ଡପକୁ ବିଜେ ଓ ପୂଜାନୀତି ଏବଂ ଷୋଡଶ ଉପଚାର ବିଧିପରେ ଖମ୍ବେଶ୍ବରୀ ମନ୍ଦିରକୁ ବିଜୟ ଯାତ୍ରା ଛତ୍ର ଚାମର ବିବିଧ ବାଦ୍ୟ ଆଦି ସହିତ l ଭୁବନେଶ୍ୱରୀ ଦେବୀ, ସମଲେଶ୍ୱରୀ ପୀଠକୁ, କାଳୀ ଦେବୀ ସୁରେଶ୍ୱରୀ ପୀଠକୁ ବିଜୟ ଯାତ୍ରା l ୨୧/୧୦/୨୩ ଶନିବାର ସପ୍ତମୀ, ରାତ୍ରରେ ଅଷ୍ଟମୀ ଲାଗୁଥିବାରୁ ମହାଅଷ୍ଟମୀ ପୂଜା ରାତ୍ର ୧୨ ଘଣ୍ଟା ୩୦ ମିନିଟ ସମୟରେ ସମସ୍ତ ଅଷ୍ଟଚଣ୍ଡୀ ଦେବୀ ମାନଙ୍କର ତଥା ସହରର ସମସ୍ତ ଦେବୀ ସ୍ଥାନରେ ଅଷ୍ଟମୀ – ନିଶି ପୁଜା ଓ ମହାଖଳା ପୂଜା ହେବ l ତା ୨୨/୧୦/୨୩ରବିବାର ଅଷ୍ଟମୀ ରାତ୍ର ୭ଘଣ୍ଟା ୫୯ ମିନିଟ ନଦମୀ ତିଥି ହେଉଥିବାରୁ ପୀଠେ ନବମୀ ପୂଜା କାର୍ଯ୍ୟ ।

ରାତ୍ର ୧.୩୦ ମିନିଟ ସମଲେଶ୍ୱରୀ ପୀଠରୁ ପୁଜା ପ୍ରସାଦ ଖମ୍ବେଶ୍ବରୀ ମନ୍ଦିରକୁ ବରୁଆ ଯିବ l ରାତ୍ର ୧୨ ଘଣ୍ଟା ପରେ ଗାଏନ ପିଢା ପୂଜା ନୀତି ରାତ୍ର ୩ ଘଣ୍ଟାରେ ଖମ୍ବେଶ୍ୱରୀ ମଣ୍ଡପରେ ଡାଙ୍ଗୁଆ ବଳି ଓ ରାତ୍ର ୪ ଘଣ୍ଟା ସମୟରେ ମହାନବମୀ ବିହିତ ମହାବଳୀଯାତ୍ରା ପର୍ବ ଅନୁଷ୍ଠିତ ହେବ l ତା ୨୩/୧୦/୨୩ ସୋମବାର ନବମୀ ହେତୁ ପୀଠେ ବିଶ୍ରାମ l ତା ୨୪/୧୦/୨୩ ମଙ୍ଗଳବାର ଦିବା ୩ ଘଣ୍ଟା ୨୬ ମିନିଟ ଠାରୁ ଦଶମୀ ତିଥୀ (ମହାଦଶହରା) ପୀଠଦେବୀଙ୍କର ଦଶହରା ବିଜୟାଦଶମୀ ମହାଦଶହରା କାର୍ଯ୍ୟ ରାତ୍ର ୧୦ ଘଣ୍ଟା ସମୟରେ ସମଲେଶ୍ବରୀ ମନ୍ଦିର ପୀଠରେ ପୂଜା ଓ ବଳି ପରେ ଶ୍ରୀ ଦୁର୍ଗା ଦେବୀ /ଭୁବନେଶ୍ୱରୀ ଦେବୀ/କାଳୀ ଦେବୀ, ଠାକୁରାଣୀ ମାନଙ୍କର ପ୍ରତ୍ୟାବର୍ତ୍ତନ । ତା ୨୮/୧୦/୨୩ ଶନିବାର ପୂର୍ଣିମା ହନୁମାନ ଛତ୍ର ବିଜୟ – ମୁଢାସୁର ପୂଜା । ତା ୨୯/୧୦/୨୩ ରବିବାର ସି କାର୍ତ୍ତିକ ପ୍ରତିପଦା,କାର୍ତ୍ତିକ ବ୍ରତାରମ୍ଭ । ସମଲେଶ୍ବରୀ ପୀଠେ ରାତ୍ର ୧୦ ଘଣ୍ଟା ସମୟରେ ପୂଜା ଓ ବଳି ପରେ ବାଉତି ଛତ୍ର ପ୍ରତ୍ୟା ବର୍ତ୍ତନ କାର୍ଯ୍ୟକ୍ରମ ରହିଛି l

Popular Articles