ସମବାୟସମିତି( ଲ୍ୟାମ୍ପ )ଏମ ଡି ଙ୍କୁ ଆକ୍ରମଣ

0
71
କଲ୍ୟାଣସିଂହପୁର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୭/୯) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସମବାୟସମିତି (ଲ୍ୟାମ୍ପ) ର ଏମ ଡି ତାରିଣୀ ପ୍ରସାଦ ତ୍ରିପାଠୀ ଙ୍କୁ ଆକ୍ରମଣ

ଗତ କାଲି ଅଫିସ କାମ ସାରି ଏମ ଡି ଘ ୫.୪୫ମି.ରେ ନିଜ ଘରକୁ ଫେରିବା ବେଳେ ପ୍ରାୟ ଘ ୬.୧୦ ମି ସମୟରେ ପୂଜାରିଗୁଡା ଛକ ନିକଟରେ ତିନିଜଣ ଦୃବୁତ୍ତ ଏକ କଳା ରଙ୍ଗର ମଟର ସାଇକେଲରେ ଆସି ଏମ ଡି ର ଗାଡିକୁ ଧକ୍କା ଦେଇଥିଲେ । ଘଟଣା ସ୍ଥଳରେ ପଡିଯିବାରୁ ମାରପିଟ କରିବାସହ ଧରିଥିବା ବ୍ୟାଗ, ମୋବାଇଲ ଓ ଗାଡିଚାବି ନେଇ ପ୍ରଥମେ କଲ୍ୟାଣସିଂହପୁର ବାଟରେ ଯିବାପରେ ପୁଣି କଲ୍ୟାଣସିଂହପୁର ରୁ ରାୟଗଡା ରାସ୍ତା ଦେଇ ଚାଲିଗଲେ । ଉକ୍ତ ବ୍ୟାଗରେ ଏମଡିଙ୍କ ପରସ୍ନାଲ ଡାଇରି, ମୋବାଇଲ ଚାରଜର ରହିଥିବା ଏମ ଡି କହିଛନ୍ତି । ଦୃବୁତ୍ତ ମାନେ ଏମ ଡିକୁ ଆକ୍ରମଣ କରିଥିବାରୁ ତାଙ୍କ ମୁହଁ ଆଖିରେ ଆଘାତ ହୋଇଛି ।

ଏହି ଘଟଣା ଘଟିବାପରେ ଏମ ଡି ଲ୍ୟାମ୍ପ ସଭାପତି ଙ୍କୁ ଜଣାଇବା ପରେକଲ୍ୟାଣସିଂହପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । କଲ୍ୟାଣସିଂହପୁର ରେ ପ୍ରଥମ ଥର ଏଭଳି ଏମ ଡି ଙ୍କୁ ଆକ୍ରମଣ ହୋଇଛି । ଏମ ଡି ଙ୍କୁ କାହିଁକି ଓ କେଉଁ କାରଣରେ ଆକ୍ରମଣ କରିଛନ୍ତି ଏହାର ପ୍ରକୃତ ତଦନ୍ତ କଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବିମାନେ ଆଲୋଚନା କରୁଛନ୍ତି । ଭାଗ୍ୟ ବସତ ଏମ ଡି ଲ୍ୟାମ୍ପର ଆଦାୟ କରିଥିବା ଦୁଇ ଲକ୍ଷ ଷାଠିଏ ହଜାର ଟଙ୍କାକୁ ବ୍ୟାଙ୍କରେ ଜମା କରିଦେଇଥିଲେ । ଏ ସମ୍ପର୍କରେ ଥାନା ଅଧିକାରୀଣି ସୁମନ୍ତି ମହାନ୍ତି ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ତାଙ୍କର କେସ ରେଜିଷ୍ଟେସନ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ।