ବୋରିଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ବିଶ୍ବକର୍ମା ପୂଜା ଅନୁଷ୍ଠିତ

0
62
ବୋରିଗୁମ୍ମା

ରିିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୧୮/୯) : ବୋରିଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ଗତ କାଲି ବିଶ୍ଵକର୍ମା ପୂଜା ପାଳନ କରାଯାଇଛି ।

ଅତୀତରେ କେବଳ ବିଜୁଳି ବିଭାଗ କାର୍ଯ୍ୟାଳୟରେ ଏହି ପୂଜା ସୀମିତ ଥିବା ବେଳେ ଚଳିତ ବର୍ଷ ଗ୍ରାମ୍ୟ ନିର୍ମାଣ ବିଭାଗ କାର୍ଯ୍ୟାଳୟ, କାମତା ରାଜମିସ୍ତ୍ରୀ ସଂଘ କାର୍ଯ୍ୟାଳୟ, ବି.ସିଂହପୁର ସବଷ୍ଟେସନ, ଗୁମୁଡ଼ା ସବ ଷ୍ଟେସନ ତଥା ବୋରିଗୁମ୍ମା ଏୟାରଟେଲ କାର୍ଯାଳୟ ଠାରେ ମଧ୍ୟ ବିଶ୍ଵକର୍ମାଙ୍କ ପୂଜା ଆନନ୍ଦ ଉତ୍ସାହର ସହ ପାଳନ କରା ଯାଉଥିବା ପରିଲକ୍ଷିତ ହେଉଛି । ଅପରାହ୍ନରେ ଦଳ ଦଳ ହୋଇ ଭକ୍ତ ମାନେ ପୂଜା ସ୍ଥଳକୁ ଯାଇ ପୂଜା ଅର୍ଚ୍ଚନା କରୁଥିବା ଦେଖାଯାଉଛି ।