କାଶୀନଗର ରେ ବ୍ରାହ୍ମଣ ସମାଜ ବୈଠକ

0
63
କାଶୀନଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୯) : କାଶୀନଗର ସହର ର ବିଭିନ୍ନ ୱାର୍ଡ ରେ ଥିବା ବ୍ରାହ୍ମଣ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସ୍ଥାନୀୟ ଏମ ଡି ଭି ଏସ ସ୍କୁଲ ଠାରେ କାଶୀନଗର ବ୍ରାହ୍ମଣ ସମାଜ ର ଏକ ବରାଦି ବୈଠକ ସଭାପତି ଶ୍ରୀ ସୁବାସ ଚନ୍ଦ୍ର ବିଶ୍ୱାସରାୟ ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ଶ୍ରୀ ରଘୁରାମ ସାହୁ, ଜଗଦିଶ ପାତ୍ର, ପ୍ରେସ କ୍ଲବ ସଭାପତି ଆନନ୍ଦ ପାତ୍ର, ଗୋପୀନାଥ ପାତ୍ର, ରମାକାନ୍ତ ପାତ୍ର, ରାଧାନାଥ ଚୌଧୁରୀ, ପ୍ରଶାନ୍ତ କୁମାର ମିଶ୍ର, ମଦନ ମୋହନ ପାତ୍ର, ତ୍ରିନାଥ ନାୟକ, ବହୁ ପରିବାର ଯୋଗ ଦେଇଥିଲେ, ବିଭିନ୍ନ ବିଷୟ ନେଇ ଆଲୋଚନା କରିଥିଲେ ।

କୋଷାଧ୍ୟକ୍ଷ ରବି ନାୟକ, ମଧ୍ୟ ଆଲୋଚନା ରେ ଭାଗ ନେଇଥିଲେ, ରାଜୁ ପାଣିଗ୍ରାହୀ ଆସନ୍ତା ରବିବାର ୨୪ ତାରିଖରେ ସମାଜ ର ବୈଠକ ସ୍ଥାନୀୟ ମଦନ ମୋହନ ମନ୍ଦିର ରେ କରିବାକୁ ପ୍ରସ୍ତାବ ଆଗତ ହୋଇଥିଲା, ସବୁ ସଦସ୍ୟ ଏହାକୁ ସମ୍ମତି ଦେଇଥିଲେ । ୨୪ ରେ ବ୍ରାହ୍ମଣ ସମାଜ ର ଏକ ପୂର୍ଣ୍ଣାଙ୍ଗ କମିଟି ଗଠନ କରିବାକୁ ନିଷ୍ପତି ହୋଇଥିଲା । କାଶୀନଗର ସହରରେ ଅନ୍ୟୁନ ୧୫୦ ପରିବାର କୁ ନେଇ ଏକ ବୃହତ ସମାଜ ଗଠନ କରାଯିବ ବୋଲି ଶ୍ରୀ ଜଗଦୀଶ ପାତ୍ର ସୂଚନା ଦେଇଥିଲେ ।