ନଦୀ ଘାଟ ନିକଟରୁ ମୃତଦେହ ଉଦ୍ଧାର

0
55
ନଦୀ ଘାଟ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୧୧/୦୯) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ନିଘାମନ ସାହିର କାବୁଡି ନାୟକ ଗତକାଲି ଦିବା ୧୨ ଘଣ୍ଟା ସମୟରେ ଗାଧେଈ ବାକୁ ଯାଇ ଥିବା ସମୟରେ ନିଖୋଜ ହୋଇଥିବା ଜଣାପଡିଛି lWhatsApp Image 2023-09-12 at 09.34.58

ଏହି ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତଲାସ ଅଭିଯାନ ଜାରି ରଖିଥିଲେ କିନ୍ତୁ ରାତ୍ର ୭ ଟା ପର୍ଯ୍ୟନ୍ତ ଶ୍ରୀ ନାୟକ ଙ୍କ ପତା ମିଳି ନଥିଲା l ସମବାର ପୁଣିଥରେ ଖୋଜିବା କାର୍ଯ୍ୟ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା l ପ୍ରତେକ ଦିନ ପରି ଗାଧୋଇବାକୁ ଯାଇଥିବା ବେଳେ ଗାଧୋଇବା ସମୟରେ ପାଦରେ କ’ଣ ଲାଗିଛି ବୋଲି ପାଣି ଭିତରେ ପଶି ଦେଖି ଡରିଯାଇଥିଲେ ।

ସେମାନଙ୍କ ମଧ୍ୟରୁ ଦୁଇ ଜଣ ଧର୍ଯ୍ୟର ସହ ସେହି ମୃତ ଶରୀର କୁ ପାଣି ଭିତରୁ କଡି ତାକୁ ଗାଧୋଇବା ତୁଠରେ ଶୁଆଇ ଦେଇ ଘର ଲୋକ ଙ୍କୁ ଖବର ଜଣାଇଥିଲେ । ଏହି ଖବର ପାଇ ଅଗ୍ନିଶମ ବାହିନୀର ଜବାନ, ତହସିଲଦାର ଶ୍ରୀମତୀ ଭାରତୀ ଦେବୀ, ଗୁଡ଼ାରୀ ଏନ୍ ଏ ସି ଅଧ୍ୟକ୍ଷା ସୁଶ୍ରୀ ସରମିତା ଶବର ସେଠାରେ ପହଞ୍ଚି ଥିଲେ l ଅଗ୍ନିଶମ ବାହିନୀର ଜବାନ ଷ୍ଟ୍ରେଚର ରେ ଆଣି ଗାଡିରେ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା l ମୃତ ଶରୀର ମିଳିବା ପରେ ଥାନା ରେ ଯାଇ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।

ସଙ୍ଗେ ସଙ୍ଗେ ଥାନା ଅଧିକାରୀ ଶ୍ରୀମତୀ ସମର୍ପିତା ସ୍ୱାଇଁ କହିବା ଅନୁସାରେ ଏ ସାଇ ଶ୍ରୀ ରାଜେଶ୍ଵର ଶବର କେଶ ନଂ ୦୩/୨୩ ଅନୁଯାଇ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି । ଏହି ମୃତ ଶରୀରକୁ ଆଣିବା ପରେ ତହସିଲଦାର, ଗୁଡ଼ାରୀ ଏନ୍ ଏ ସି ଅଧ୍ୟକ୍ଷା ଓ ଏ ସାଇ ଙ୍କ ଉପସ୍ଥିତିରେ ମୃତ ଶରୀର କୁ ବ୍ଯବଚ୍ଛେଦ ପାଇଁ ଗୁଣୁପୁର ପଠାଯାଇଥିଲା ।