1. Top Political News: ବିଜେପି ଜିଲ୍ଲା ସଭାପତିଙ୍କ ଦ୍ଵାରା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

0
75
ବିଜେପି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୦୮) : ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି ପ୍ରମୋଦ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ପ୍ରଭାସ ଲଜ ରେ ଅନୁଷ୍ଠିତ ହୋଇଛି l

ଏଥିରେ ବରିଷ୍ଠ ନେତା ବଳରାମ ସିଂହ ଯାଦବ ବିଜେପି ର ପ୍ରାଥମିକ ସଦସ୍ୟ ନ ଥିବା ଓ ୨୦୧୯ ରେ ବଳଦେବ ପ୍ରସାଦ ବେଦବାକ୍ ଦଳ ରେ ପଦାଧିକାରୀ ଥିବା କଥା କହିଥିଲେ l ମାତ୍ର ପରେ ସେ ଦଳ ରୁ ନିଲମ୍ବିତ ହୋଇଛନ୍ତି ବୋଲି ପ୍ରତିକ୍ରିୟା ରଖିଥିଲେ । ବିଜେପି ର ଜିଲ୍ଲା ସଭାପତି, ବ୍ଲକ୍ ସଭାପତି କିମ୍ବା ମଣ୍ଡଳ ସ୍ତରୀୟ ସଭାପତି ଙ୍କ ବିନା ଅନୁମତି ରେ ତରଭା, ବିନିକା, ଉଲୁଣ୍ଡା ରେ କର୍ମୀ ଙ୍କୁ ଦଳୀୟ କାର୍ଯ୍ୟକ୍ରମ କହି ଜିଲ୍ଲା ର ବିଭିନ୍ନ ବ୍ଲକ୍ ଅଫିସ୍ ସବୁ ଘେରାଉ କରି ଦଳୀୟ ମାନ ସମ୍ମାନ ହାନି କରୁଥିବା ସେ ଅଭିଯୋଗ କରିଛନ୍ତି ।

ରାଜ୍ୟ ଓ ଜାତୀୟ ସ୍ତରୀୟ ନେତା ଙ୍କ ଫଟୋ ଥିବା ବେନର ଦେଇ ସଭା ସମିତି କରି ଦଳୀୟ ଛବି କୁ ମଳିନ କରୁଥିବା ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ ମହାପାତ୍ର ପ୍ରତିକ୍ରିୟା ରଖି ସେମାନେ ଏହା ବିରୋଧରେ ଆରକ୍ଷୀ ଅଧିକ୍ଷକ ଓ ରାଜ୍ୟ କର୍ମକର୍ତ୍ତା ଙ୍କୁ ମଧ୍ୟ ଭେଟି ଲିଖିତ ଅଭିଯୋଗ କରିଥିବା ସାମ୍ବାଦିକ ସମ୍ମିଳନୀ ରେ ଜଣାଇଛନ୍ତି ।